STORYMIRROR

Renuka Samal

Tragedy

3  

Renuka Samal

Tragedy

ଦାୟିତ୍ଵ

ଦାୟିତ୍ଵ

1 min
160

ଛୋଟ ଥିଲି ଯେବେ ବୁଝି ମୁଁ ନ ଥିଲି

କିଏ କଣ କାହା ପାଇଁ,

ବଡ଼ ନ ହେଉଣୁ କାନ୍ଧେ ବହି ମୁଣା

ବିଦ୍ୟାଳୟ ଯିବା ପାଇଁ।


ଦାୟିତ୍ଵ ଶବ୍ଦର ଉପଯୋଗ ହେଲା

ବଢିଲା ମୋ କାନ୍ଧେ କର୍ମ,

ଆଜି ବୁଝେ ବସି

ନିରୋଳା ବିଜନେ

ପିଲାଦିନ ସୁଖ ମର୍ମ।


ଦିନୁ ଦିନ ବଢେ, ଦାୟିତ୍ଵର ଚକ୍ର

ଛାଡ଼ିନି ଏ ଯାଏ କାହିଁ,

ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପେ

ନେଉଛି ମୁଁ କର୍ମ ବାହି।


ପାଠ ସରିଗଲା ଚାକିରି ମିଳିଲା

ଅଫିସର ପାଖେ ବନ୍ଦୀ,

ଦାୟିତ୍ଵ ବଢିଲା ଅଫିସର କାମେ

ଦିନ ଗଲା କର୍ମେ ଛନ୍ଦି।


ପିତା ମାତା ତାଙ୍କ ଦାୟିତ୍ଵ ସାରିଲେ

ସଂସାର ଫାଶରେ ଛନ୍ଦି,

ଆହୁରି ଦାୟିତ୍ଵ ବଢ଼ି ମୋ ଚାଲିଲା

ପରିବାରେ ହେଲି ଧନ୍ଦି।


ବୃଦ୍ଧ ପିତାମାତା ଦାୟିତ୍ଵ ବୁଝିଲି

 ସକ୍ଷମ ଥିଲା ମୋ ଯାହା,

କହି ପାରିବିନି କର୍ତ୍ତବ୍ୟ କରିଛି

ଦାୟିତ୍ଵ ବୁଝିଛି ଏହା।


ଏକରୁ ଅନେକ ଜନ ମନ ମୋହି

ଦାୟିତ୍ଵକୁ ନେଲି ବାହି,

ଥକି ମୁଁ ପଡିନି ତିଳିଏ କାହିଁକି

ଏଯାଏ ଚାଲିଛି ଧାଇଁ।


ପିଲାପିଲିଙ୍କର ଦାୟିତ୍ଵ ଆସିଲା 

ଶିକ୍ଷାଦୀକ୍ଷା ଦେବା ଲାଗି,

ଭଲ ମନ୍ଦ ସୁଖ ସୁବିଧାକୁ ଦେଇ

ସଜାଗେ ରହିଛି ଜଗି।


ସାରି ତାଙ୍କ ପଢା ,

କରି ସଂସ୍କାରରେ ଗଢା

କର୍ମରେ ବେହାଲ ପରେ,

ବନ୍ଧନରେ ଛନ୍ଦି ପିତୃ କର୍ମେ ବନ୍ଦୀ

ବର୍ଷୁ ସୁଖ ତାଙ୍କ ପରେ।


ଏହା ପରେ ଗାଁ ଦାୟିତ୍ଵ ରହିଛି 

ପଡୋଶୀ ଦାୟିତ୍ଵ ନେଇ,

ମୋ ମୁଣ୍ଡେ ଯାହା ସମ୍ଭବ ହୋଇବ

କରେନା କାହାକୁ ଦେଇ।


ଦେଶର ହିତରେ ଦାୟିତ୍ଵଟା ଯାହା

ଚିନ୍ତା କରେ ଧିରେ ସ୍ଥିରେ,

ସମ୍ଭବଟା ଯାହା କର୍ତ୍ତବ୍ୟର ଜ୍ଞାନେ

ସଙ୍କଳ୍ପରେ ତାହା କରେ।


ଦାୟିତ୍ଵର ଜ୍ଞାନ ସୀମିତ ମୋହର

ଯାହା ମୁଁ ଜାଣିଛି ଆଜି,

ରାଷ୍ଟ୍ର ହିତେ ନିଶ୍ଚେ ସେ କର୍ମ କରିବି

ଗୋଟି ଗୋଟି କରି ହେଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy