ଦାୟିତ୍ୱର ବୋଝ
ଦାୟିତ୍ୱର ବୋଝ
କହିବାକୁ ଲାଜ ଲାଗେ ଲେଖିବାକୁ ଡର ,
ଅର୍ଦ୍ଧ ନଗ୍ନ ଏ ସମାଜ କରେ ପାତର ଅନ୍ତର ,
ଦେଖିବାକୁ ଭିନ୍ନ କିନ୍ତୁ ଦେଖାନ୍ତି ସବୁ ଭିନ୍ନ ,
କିଛି ଵର୍ଗ ସମାଜର ତାଙ୍କ ରୂପ କଥା ସବୁ କୁତ୍ରିମ ,
କିଏ କହେ ସେ ସଂସ୍କାରକ,ସମାଜ ଉଦ୍ଧାରକ ,
ନିଜ ସ୍ଵାର୍ଥେ ଅନ୍ଧ ସେ ଅଟେ ସମାଜ ବିନାଶକ ,
ସମାଜ ଉଦ୍ଧାର ପାଇଁ କରେ କୁମ୍ଭୀର କାନ୍ଦଣା ,
ପ୍ରକୃତ ଉଦ୍ଧାର ଶବ୍ଦର ଅର୍ଥ ତାଙ୍କୁ ନାହିଁ ତ ଜଣା ,
କେତେ କେତେ ଶିଶୁ ଏବେ" ଦାଇତ୍ୱ ର ବୋଝ" ନିଏ ,
ନିଜ ପିଲାଦିନର ସୁଖ ସବୁ ସେ ତ ଭୁଲିଯାଏ ,
ଅବସ୍ଥା ଚକ୍ରରେ ପଡି ସେ କେବେ କରେନାହିଁ ଅଳି ,
ଦେଉଛି ଦେଖା ସବୁ ସୁଖ ସବୁ ଖୁସିର ଜଳାଞ୍ଜଳି ,
ମନ କହେ ତାର ସେ ପାଠ ପଢିବ ,ଜ୍ଞାନ ଅର୍ଜିବ,
ବାଦ୍ୟ ଯନ୍ତ୍ର ବଜାଇ ସଙ୍ଗୀତରେ ନିଜେ ହଜି ଯିବ ,
କିନ୍ତୁ ଦେଖେ ଯେବେ ପରିବାର ଦୁଃଖ ,
ଭୁଲିଯାଏ ଜୀବନର ଯେତେ ଅଛି ସୁଖ ,
ପିତା ମାତା ଅସହାୟ ନ ପାରନ୍ତି ଚାଲି ,
ତାଙ୍କ ଦିଆ ଅମୁଲ୍ୟ ଋଣ କେମିତି ଯିବ ସେ ଭୁଲି ,
ମୁଣ୍ଡ ଗୁଞ୍ଜିବାକୁ ବି ନାହିଁ ଟିକେ ଛୋଟ ଜାଗା ,
ତଥାପି ରାସ୍ତା କଡେ ପକାଇଛି ତା ଡେରା ,
ଏ ଛୋଟ ବୟସ ତାକୁ ଦେଇନି ତ ଡର ,
ଛୋଟ ମୋଟ ପାଇଟିରେ ଚଳାଏ ସଂସାର ,
କିଏ କେବେ ଦିଏ ଗାଳି ଦିଏ ତିରସ୍କାର ,
ସବୁ ସେ ସହି ଯାଏ ବୋହି" ଦାଇତ୍ୱ ର ବୋଝ "ଭାର ,
ତାକୁ ଲାଗେ ନାହିଁ ଏହା କିଛି ବୋଝ ଭଳି ,
ସବୁ କାମ କରି ଯାଏ ନିତି ସେ ହସି ହସି ଖେଳି ଖେଳି ,
ଜାଣିଛି ସେ ବୁଝିଛି ସେ କିଛି କିଛି ଜୀବନ ବେଦନା ,
ସବୁଠାରୁ ବଡ କଷ୍ଟ ଦିଏ ତାକୁ ଭୋକର ଯନ୍ତ୍ରଣା ,
ବଞ୍ଚିବାକୁ ବଞ୍ଚାଇବାକୁ ଖାଦ୍ୟ ଜଳ ବଡ଼ ଜରୁରୀ ,
ଏ ପେଟ ପାଇଁ ସବୁ ନାଟ ଦେଖେ କର୍ମକୁ ଆବୁରି ,
ଦେଖେ କିଛି ଭଦ୍ରଲୋକ ସାଜି ସଂସ୍କାରକ ,
ତା ସାହାରା ନେଇ ଦିଅନ୍ତି ଆନ୍ଦୋଳନର ଡାକ ,
କରନ୍ତି ଆନ୍ଦୋଳନ କାହିଁକି କାହାପାଇଁ ,
ବୁଝେନା ତା ବାଳୁତ ମନ ଖାଲି ରହିଥାଏ ଚାହିଁ ,
ସଂସ୍କାରକ ସେ ବାହାନାରେ ହୁଏ ବଡ଼ ନେତା ,
ନିଜ ସ୍ୱାର୍ଥ ପୂର୍ଣ୍ଣ ପାଇଁ କରେ ସଦା ଚିନ୍ତା ,
ତଥାପି ସେ କୁନି ହାତ କଅଁଳ ମସ୍ତକ ,
ବୋହୁଛି" ଦାଇତ୍ୱ ର ବୋଝ" ପୁରା କରି ସଂସାର ଭୋକ ,
ସଂସ୍କାରକରୁ ନେତା ହୋଇ ପୁଣି ତାକୁ ନେଇ ,
ରାଜନୀତି କରନ୍ତି କେତେ ନୂଆ ପ୍ରତିଶୃତି ଦେଇ ,
କିଛି ପୁଣି ଗଢନ୍ତି କିଛି ନୂଆ ନୂଆ ସଂସ୍ଥା ,
କରିବେ ବୋଲି ଏମାନଙ୍କ ସୁନ୍ଦର ସୁରକ୍ଷା ,
ରାଜକୋଷ ଖୋଲି କିବା କିଛି ଚାନ୍ଦା ମାଧମରେ ,
ହରିଲୁଟ କରନ୍ତି ସବୁ ସମାଜ ସେବା ନାମରେ ,
ତଥାପି ଏ ସମାଜର ସବୁ ଶିକ୍ଷିତ ପ୍ରାଣୀ ,
ଦେଖନ୍ତି ଆଖି ବୁଜି ତାଙ୍କ ଏ ଅର୍ଦ୍ଧ ନଗ୍ନ ଠାଣି ,
କେବେ ଦୀନ ହୀନ ଦୁଃଖୀ ରଙ୍କୀଙ୍କ ନାମେ ,
କେବେ ପୁଣି ଚାଷୀର ଆଳରେ ଆନ୍ଦୋଳନ ଜମେ,
ପିନ୍ଧନ୍ତି ସେ କେତେ ଫୁଲ ମାଳ ଭାବି ବିଜୟ ହାର ,
ନିର୍ଲଜ ସେ ଦେଖାଏ ମିଥ୍ୟା ଅହଙ୍କାର ,
ରହିଛି ଦେଖୁଛି ଏ ଖେଳ ସବୁ ଅନ୍ୟାୟର ,
ପ୍ରଶ୍ନ ଆଜି କେମିତି ହଟିବ" ଦାଇତ୍ୱ ର ବୋଝ "କୁନି ପିଲାର ?