STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦାରୁବ୍ରହ୍ମ

ଦାରୁବ୍ରହ୍ମ

2 mins
164


ପରମ ଭକ୍ତ ସେ ଅଟେ ବିଶ୍ବାବସୁ ନାମ, 


ଭଜୁ ଥିଲା ଭକ୍ତ ନିତ୍ୟେ ପ୍ରଭୁ ଦାରୁବ୍ରହ୍ମ।


ନୀଳ କନ୍ଦରରେ ପ୍ରଭୁ ସେବୁ ଥିଲା ନିତ୍ୟେ,


ପରମ ଭକ୍ତ ଜାଣିଲେ ସମ୍ପୂର୍ଣ୍ଣ ଜଗତେ।


ଦାରୁ ରୂପେ ଉଭା ପ୍ରଭୁ ବାଙ୍କୀ ମୁହାଣରେ,


ଶଙ୍ଖ ଚକ୍ର ଗଦା ଚିହ୍ନ ବିରାଜେ ଦାରୁରେ।


ନୀଳ ମାଧବର ନାମ ଜଗତେ ଚର୍ଚ୍ଚିତ,


ଭଜୁ ଛନ୍ତି ଭକ୍ତ ପ୍ରଭୁ ହୋଇ ଆତୁରିତ।


ଆଣିଲେ ସେ ଦାରୁବ୍ରହ୍ମ ରାଜା ଇନ୍ଦ୍ରଦ୍ୟୁମ୍ନ,


ଶଙ୍ଖ ହୁଳହୁଳି ଶବ୍ଦ ଶୁଭେ ଘନଘନ।


ପ୍ରେମ ଭକ୍ତି ଚିତେ ରାଜା ଧ୍ୟାନମଗ୍ନ ହୋଇ,


ନାନାଦି ନୈବେଦ୍ୟ ଦେଇ ଭକ୍ତିପୂର୍ଣ୍ଣ ହୋଇ।


ଗୁଣ୍ଡିଚା ମନ୍ଦିରେ ଆଣି ଯତନେ ରଖିଲେ,


ଦାରୁବ୍ରହ୍ମ ନାମେ ପ୍ରଭୁ ବିଖ୍ୟାତ ହୋଇଲେ।


ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ପିତୃ ତୁଲ୍ୟ ହେଲେ,


ଗୁଣ୍ଡିଚା ରାଣୀ ହିଁ ତାଙ୍କ ମାତୃ ତୁଲ୍ୟ ହେଲେ।


ବୁଝି ନ ପାରନ୍ତି ଜନେ ପ୍ରଭୁଙ୍କର ମାୟା,


ସମୟ ଆଣେଟି ତହିଁ ନିରାକାର ମାୟା।


ଶକ୍ତି ହୀନ ବଳ ହୀନ ବୃଦ୍ଧ ଆଗମନ,


ରାଜାଙ୍କୁ କହିଲେ ସେହୁ ମଧୁର ବଚନ।


ଆଣିଥିବା ଦାରୁବ୍ରହ୍ମ ଆଣ ଶୀଘ୍ର କରି,


ପ୍ରଭୁ ରୂପ ଗଢିବି ମୁଁ ଅତି ଯତ୍ନ କରି।


ଭବନଟି ଦିଅ ରାଜ ଅତି ହିଁ ସୁନ୍ଦର,


ରଖ ଦାରୁବ୍ରହ୍ମ ରାଜ ଭବନ ଭିତର।


ଗଢିବି ମୁଁ ଦାରୁବ୍ରହ୍ମ ପ୍ରଭୁଙ୍କ ରୂପରେ


ଜଗତର ନାଥ ସେହୁ ମହିମା ତହିଁରେ।


ଭବନ କପାଟ ତହିଁ ବନ୍ଦ ରଖି ଥିବ,


ମୋ କହିବା ଯାଏ ତାହା କେହୁ ନ ଖୋଲିବ।


ବୃଦ୍ଧ କଥା ମାନି ରାଜା ତାହାହିଁ କରିଲେ,


ଦାରୁବ୍ରହ୍ମ ଆଣି ରାଜା ଭବନେ ଥୋଇଲେ,


ଖାଇବାର ଦ୍ରବ୍ୟ ପାଣି ଇତ୍ୟାଦି ଥୋଇଲେ,


ବୃଦ୍ଧ ଜନ ଅତି କଷ୍ଟେ ଭିତରକୁ ଗଲେ୍।


ଜଗନ୍ନାଥ ପ୍ରତିମୂର୍ତ୍ତି ଆରମ୍ଭ କରିଲେ,


ସେହୁ ବୃଦ୍ଧ ବିଶ୍ବକର୍ମା ସମସ୍ତେ ଜାଣିଲେ।


ନ ଶୁଭିଲା ବୃଦ୍ଧ କାର୍ଯ୍ୟ କିଛି ଦିନ ପରେ,


କି ହୋଇଲା ବଲି ରାଜା ଚିନ୍ତିଲେ ମନରେ।


 ଖୋଲି ଦେଲେ ରାଜା ଦ୍ବାରା ବୃଦ୍ଧ ତହିଁ ନାହିଁ,


ଅଧାଗଢା ମୂର୍ତ୍ତି ଦିଶେ ପ୍ରଭୁଙ୍କର ତହିଁ।


ତିନି ମୂର୍ତ୍ତି ବୃଦ୍ଧ ତହିଁ ଗଢିଛି ଯତନେ,


ପଟାନ୍ତର ନାହିଁ ତାର ଏହି ତ୍ରିଭୁବନେ।


ଗଢି ଅଛି ବିଶ୍ବକର୍ମ ପ୍ରଭୁଙ୍କୁ ଯତନେ,


ବର୍ଣ୍ଣିବାରେ ଶକ୍ତି ନାହିଁ ତାର ତ୍ରିଭୁବନେ।

  

ବଡ଼ଦେଉଳରେ ରାଜା ସ୍ଥାପନା କରିଲେ


ବଳରାମ ଜଗନ୍ନାଥ ସୁଭଦ୍ରା ଭଜିଲେ।


ପୁରୀ ଧାମ ନାମେ ଏହା ଜଗତେ ବିଖ୍ୟାତ,

       

କୃଷ୍ଣ ପିଣ୍ଡ ସେହୁ ଅଟେ ଶାକ୍ଷ୍ୟାତେ ଜଡ଼ିତ।


ସେହୁ ଦାରୁବ୍ରହ୍ମ ପ୍ରତି ରହୁ ସଦ ଭକ୍ତି,


ସେହୁ ନିରାକାର ପ୍ରଭୁ ଚରଣରେ ଭକ୍ତି।

     

ପରମ ଭକ୍ତ ସେ ଅଟେ ବିଶ୍ବାବସୁ ନାମ,


 ଭଜୁ ଥିଲା ଭକ୍ତ ନିତ୍ୟେ ପ୍ରଭୁ ଦାରୁବ୍ରହ୍ମ।   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract