ଦାନେ ଭଗବାନ
ଦାନେ ଭଗବାନ
ଏ ସୃଷ୍ଟି ର ସ୍ରଷ୍ଟା ତୁମେ ଜନ୍ମ ଦାତା
ହେ ମୋର ଭାଗ୍ୟ ବିଧାତା
ଅନ୍ନ ବସ୍ତ୍ର ଦାତା ପୁଣି ଜ୍ଞାନ ଦାତା
ମାନ୍ୟତା ପ୍ରଦାନ ଦାତା ।
ଦାନେ ମହାନତା ଭୂଷଣ ହେ ପ୍ରଭୁ
ତୁମ ଦାନରେ ଦୁନିଆ
କେତେ ପ୍ରାଣୀ ଏଠି ଜନ୍ମ ପାଇଛନ୍ତି
ନୂତନତ୍ତ୍ୱ ପାଏ ମାଆ ।
ଅଦ୍ଭୂତପୂର୍ବ ଏ ଆପଣଙ୍କ ସୃଷ୍ଟି
ଭାବିଲେ ମୁଣ୍ଡ ଘୂରୁଛି
ଖାଇ ଖାଇ କିଏ ସର୍ବଶ୍ରେଷ୍ଠ ହୁଏ
ନଖାଇ କିଏ ମରୁଛି ।
ରତ୍ନ ମଣ୍ଡପ ରେ ବସିଛ ସୁଢଳେ
ଆଡ ଆଖିରେ ତ ଦେଖ
ତୁମ ଭକ୍ତି ପ୍ରେମୀ ଭକ୍ତ ମାନେ ପରା
ଭକ୍ତି ରେ ପାଆନ୍ତି ସୁଖ ।
ଲିଳାମୟ ତୁମ ଲିଳା ଅଗୋଚର
ଲିଳା ପୂରୀତ ଏ ଦେଶ
ପିଣ୍ଡରେ ତ ପ୍ରାଣ ପ୍ରଚେଷ୍ଟା ତୁମର
ଦୃଶ୍ୟ ରେ ତୁମେ ଅଦୃଶ୍ୟ ।
ଯାହା ମୁଁ ଦେଖୁଛି ଯାହା ମୁଁ ଖାଉଛି
ସେ ସବୁ ଅଟେ ତୁମର
ଭକ୍ତି ସଂକୀର୍ତ୍ତିତ ଶ୍ରଦ୍ଧା ଯେ କରଇ
ଭକ୍ତ ବଶ୍ରଳ ତୁମର ।
ବେଦ ମନ୍ତ୍ର ଧ୍ବନି ପ୍ରିୟ ଆହେ ପ୍ରଭୁ
ଶୁଣିଲେ ପବିତ୍ର ମନ
କର୍ଣ୍ଣେ ଦେବ ଶକ୍ତି ଶୁଣି ବାକୁ ମନ୍ତ୍ର
ତୁମ ନାମ ସଂକିର୍ତ୍ତନ ।
ଯଜ୍ଞକୁଣ୍ଡରେ ମୁଁ ଆହୁତି ଦଉଚି
ମୋ ନେତ୍ରର ଅଶ୍ରୁ ଧାରା
ଭକ୍ତି ରେ ନିର୍ମଳ ଗଙ୍ଗା ଜଳ ସମ
ଅଶ୍ରୁରେ ଭିଜାଏ ଧରା ।
ଯାହା ମୁଁ ଚାହିଁଛି ସବୁ ତ ଦେଇଛ
କୁଣ୍ଠାବୋଧ କରିନାହଁ
ଯାହା ମୁଁ ଦେଖଇ ନୟନ ପୁରାଇ
ସେଇ ଋପେ ତୁମେ ନାହଁ ।
ଆଶା ମୁଁ ବାନ୍ଧିଚି ଦର୍ଶନ ଦିଅ ହେ
ଜଗତ କରତା ପ୍ରଭୁ
ଜୀବ ଜୀବାବେଳେ ତୁମ ଶ୍ରୀ ଦର୍ଶନ
ପାଇ ଆତ୍ମା ଶାନ୍ତିି ଲଭୁ ।