ଦାଦନ
ଦାଦନ


ଖସି ପଡେ ମରୁୁି ବୋଲି ତ
ଇଟା ଗଢି ଗଲୁ , ମାଟିି ଚକଟିଲୁ
ଭିଟା ମାଟି ଛାଡ଼ି ଛାଡ଼ି ,
ବାହାର ପ୍ରଦେଶ ଗଲୁ ବୋଲି କା'ର
କିସ ଗଲା ଯେ ହେଲୁ ଛି ଛାକର ,
ଆମର ଗଛର କଅଁଳ ପଥରେ
କୀଟଯାକ ହେଲେ ଛାଟି
କା'ର କିସ ଗଲା ନିତି ଜଳୁଛି ଆମ ଛାତି ,
ପଦ୍ମ ଫୁଲରେ ପଡ଼ି ହିମକଣା
ଶଢିିଗଲା ବୋଲି
ବଉଳ ଝଡିିିିଲା ଖରା ବତାସରେ ବୋଲି
କା'ର କିସ ଗଲା ।
ବାହାର ପ୍ରଦେଶ ଗଲୁ ବୋଲି କିଆଁ
କିଏ ଆସି ପେଟ ପୋଷି ଦେଲା ,
ତେବେ କଣ ଆମେ
ଛାଳ ହୀନ ବୃକ୍ଷ !
ପକ୍ଷ ହୀନ ପକ୍ଷୀ ଛଟ ପଟାଇ
ଖୋଲା ବଜାରରେ ଇଜ୍ଜତ
କିମ୍ପା ବିକ୍ରି କରୁ ଅଛ ଆମ
ସାରି ଦେେଇ ଇଜ୍ଜତ ,
ଧୂଆଁରେ କେବେ କାହା ଘର
ପୋଡେ ନାହିଁ
ଅନ୍ୟ ରାଜ୍ୟ ଗଲୁ ବୋଲି କ'ଣ
କିଏ ଦେଇ ଆସେ ଟିକେ ମହତ ?
କିଏ ଆମ ହାତ ଧରି
ଦେଖାଇଛି ବାଟ
ଓଲଟା ମୃତ ପିଠି ଆମ
ଫୋଟୋ ଉଠେଇ ନାଟ ,
ଆମ ନାଁ
ଆମ ଗାଁ କୁ ନେଇ କି
ଲେଖୁଛ କବିତା କାହାଣୀ ଆଦି
ବଦଳାଇ ଦେଇ କି ପାରିବ
ସତେ ସେ ଅଭାବ ଆଜି ,
ଆମେ କିଏ
ମୃତ ମାଛ
ନା ଡାଙ୍ଗରା ଭୁଇଁ
ଯାହା କହ
ଆମେ
ଦାଦନ ଦାଦନ ଦାଦନ !!!