STORYMIRROR

Dipti lekha Mishra

Tragedy Others

2  

Dipti lekha Mishra

Tragedy Others

ଦାଦନ

ଦାଦନ

1 min
88

କୋରନା ଆସିବା ପରେ ନାମ ପାଇଲୂ ଦାଦନ

ନ ଚିହ୍ନିବା ଲୋକେ ବି ଚିହ୍ନିଗଲେଣି

ପଦେ କହୁନଥିବା ଲୋକେ କେତେ କଥା

ଶୁଣାଈ ଚାଲିଯାଉଛନ୍ତି ରାସ୍ତାରେ

ଦାଦନ ଦାଦନ କହି ମନ ବିସ୍ତାପ କରିଦେଲେଣି॥


ଦାଦନ ଖଟିବାକୁ ଆମେ କେବେ ଭଲପାଉନଥିଲୁ

ହେଲେ ପରିବାର ଚଳାଈବାକୁ ଯାଇଥିଲୁ

ସରକାର ଯଦି କାମ ଦିଅନ୍ତେ

ହୁଏତ ଦାଦନ ନାମ ଆଜି ପାନ୍ତୁନାହିଁ॥


ଆମ ମାଟି ମାଆକୁ ଭଲପାଇବା

ପରିବାର ସହ ଚଳିବା ଖାଈବା

ବହୁତ ହଜାଇଦେଇଛୁ ସତରେ

ସେ ଦିନ ପୁଣି ଫେରନ୍ତାକି

ଦାଦନ ନାମ ଆଉ ପାନ୍ତୁନାହିଁ॥


ଦାଦନ ବୋଲି ଆମକୁ ଟାହିଟାପରା

ଶୁଣିବାକୁ ପଡିଲା ଏ ଲକଡାଉନରେ

ଖବରକାଗଜ ନ୍ୟୁଜ ଚାନେଲ ସବୁଠି

ଆମ ଚର୍ଚ୍ଚା ହିଁ ପଡୁଥିଲା ଭୟରେ

ମଣିଷ ମଣିଷକୁ ବୁଝନ୍ତା କି ଟିକେ

ଦାଦନ ନାମ ଆଊ ପାନ୍ତୁ ନାହିଁ॥


Rate this content
Log in

Similar oriya poem from Tragedy