ଦାଦନ
ଦାଦନ
ଖସି ପଡେ ମରୁଡି ବୋଲି ତ
ଇଟା ଗଢି ଗଲୁ ମାଟିି ଚକଟିଲୁ
ଭିଟା ମାଟି ଛାଡ଼ି ଛାଡ଼ି ,
ବାହାର ପ୍ରଦେଶ ଗଲୁ ବୋଲି କା ର
କିସ ଗଲା ଯେ ହେଲୁ ଛିଃ ଛାକର
ଆମର ଗଛ କଅଁଳ ପଥରେ
କୀଟ ଯାକ ହେଲେ ଛାଟି
କାର କିସ ଗଲା ନିତି ଜଳୁଛି ଆମ ଛାତି ,
ପଦ୍ମ ଫୁଲ ରେ ପଡ଼ି ହିମକଣା
ଶଢି ଗଲା ବୋଲି
ବାଉଳ ଝଡିଲା ଖରା ବତାସରେ ବୋଲି
କାର କିସ ଗଲା ?
ବାହାର ପ୍ରଦେଶ ଗଲୁ ବୋଲି କିଆଁ
କିଏ ଆସି ପେଟ ପୋଷି ଦେଲା
ତେବେ କଣ ଆମେ
ଛାଳ ବିନା ବୃକ୍ଷ ।
ପକ୍ଷ ହୀନ ପକ୍ଷୀ ଛଟ ପଟାଇ
ଖୋଲା ବଜାରରେ ଇଜ୍ଜତ
କିମ୍ପା ବିକ୍ରି କରୁ ଅଛ ଆମ
ସାରି ଦେଇ ସବୁ ମହତ ,
ଧୂଆଁ ରେ କେବେ କାହା ଘର
ପୋଡେ ନାହିଁ ।
ଅନ୍ୟ ରାଜ୍ୟ ଗଲୁ ବୋଲି କ'ଣ
କିଏ ଦେଈ ଆସେ ଟିକେ ମହତ ?
କିଏ ଆମ ହାତ ଧରି
ଦେଖାଇଛି ବାଟ ?
ଓଲଟା ମୃତ ପିଠି
ଫୋଟୋ ଉଠେଇ ନାଟ ।
ଆମ ନାଁ ଆମ ଗାଁ କୁ ନେଇ
ଲେଖୁଛ କବିତା କାହାଣୀ କେତେ
ବଦଲାଇ ଦେଇ କି ପାରିବ
ଆଜି ସେ ଅଭାବ ସତେ ,
ଆମେ କିଏ
ମୃତ ମାଛ ନା
ଡାଙ୍ଗରା ଭୁଇଁ
ଯାହା କହ
ଆମେ
ଦାଦନ ଦାଦନ ଦାଦନ !!!