STORYMIRROR

Krushnapriya Mohapatra

Abstract Others

3  

Krushnapriya Mohapatra

Abstract Others

ଦ୍ୱିତୀୟ ଇଶ୍ୱର

ଦ୍ୱିତୀୟ ଇଶ୍ୱର

1 min
11.8K

ହେ ଇଶ୍ୱର ତୁମ ସର୍ଜନାରେ ସୃଷ୍ଟ

           ମହାନ ବ୍ୟକ୍ତିତ୍ୱ ମାନେ।

ପବିତ୍ର ,ପୁଣ୍ୟାତ୍ମା ,ପରଉପକାରୀ

           ସେବୁଥାନ୍ତି ଦୁସ୍ଥଜନେ।


ବୋଲାନ୍ତି ସେମାନେ ଦ୍ୱିତୀୟ ଇଶ୍ୱର

             ପୂଜନ୍ତି ସର୍ବେ ସାଦରେ।

ରୋଗୀ ସେବା ଅଟେ ତାଙ୍କରି ତପସ୍ୟା

              ଡାକ୍ତର ହୁଅନ୍ତି ଶ୍ରମେ।


ରୋଗ ନିରୂପଣ କରି ଅନାୟାସେ

             ଧାର୍ଯ୍ୟ ସମୟ ମଧ୍ୟରେ

କରି ଉପଚାର ରୋଗରୁ ଯେ ମୁକ୍ତି

              କରନ୍ତି ଅତି ଯତ୍ନରେ।


ନାନା ଯନ୍ତ୍ର ଧରି ପରୀକ୍ଷା ନିରୀକ୍ଷା

          କରି ରୋଗୀ ଶରୀରକୁ।

ଲେଖି ଦେଇ ଥାନ୍ତି ରୋଗର ନିଦାନ

           ଧନ୍ୟ ତାଙ୍କ ଲେଖନୀକୁ।


ନମ୍ର ଓ ମାର୍ଜିତ ବ୍ୟବହାର ତାଙ୍କ

           ବିଶ୍ୱାସ ଭରସା ବଳେ।

ରୋଗୁ ହୋଇ ମୁକ୍ତ,ଶରୀର ଯେ ସୁସ୍ଥ

            ଇଶ୍ୱର ସେ ଇହଲୋକେ ।


ରାତି ଦିନ କରି ନିଜର କର୍ତ୍ତବ୍ୟ

       ଭୁଲି ଥାନ୍ତି ପରିବାର।

ମହାନତା ତୁମ ଅତୁଳନୀୟ ଯେ

       ଯୋଦ୍ଧା ତୁମେ କୋଭିଡ଼ର।


Rate this content
Log in

Similar oriya poem from Abstract