ଚଉପଦୀ - ସୁମନରେ ନିଶ୍ଚୟ ଏ ଜୀବ
ଚଉପଦୀ - ସୁମନରେ ନିଶ୍ଚୟ ଏ ଜୀବ
ସୁମନରେ ନିଶ୍ଚୟ ଏ ଜୀବ ଯିବ
କବି - ସାଲବେଗ
ସୁମନରେ ନିଶ୍ଚୟ ଏ ଜୀବ ଯିବ
ସାଧସଙ୍ଗ ପ୍ରୀତି ଦାନ ଧର୍ମ କୀର୍ତ୍ତି
ଏହି ମାତ୍ର ରହିଥିବ ।
ବାଳୁତ ପୋଏ ଯେ ଖେଳଘର କରି
ଖେଳୁଥାନ୍ତି ବସି ନିତି ।
ଖେଳ ସରିଲେ ଚରଣେ ଭାଙ୍ଗିଦ୍ୟନ୍ତି
ତୋହର ଏ ସେହି ମତି ।
ଗୃହେ ଯେତେ ଧନ ଯୁବତୀରତନ
ଏ ମାନ ତୁ ଭୁଞ୍ଜୁ ଦେଖି ।
ଗୃହେ ଅନ୍ତଃକାଳେ ଦହିବେ ଅନଳେ
କେହି ନ ପାରିବେ ରଖି ।
ମୋହର ମୋହର ବୋଲୁଅଛୁ ତୁହି
ମୋହମାୟା ସଂସାରକୁ ।
ମଲେ ତୁ ଆଉ କି ଲେଉଟି ଦେଖିବୁ
ପୀରତି ବନ୍ଧୁଜନଙ୍କୁ ।
ଭଜି ରାମକୃଷ୍ଣ ଗୋବିନ୍ଦ ଗୋପାଳ
ଚିନ୍ତା କର ମନ ନିତି ।
କହେ ସାଲବେଗ ଜାତିରେ ଯବନ
ମନରେ ନ କର ଭୀତି ।
