ଚଉପଦୀ - ସ୍ନେହ କିମ୍ପା ମୁଁ କଲି
ଚଉପଦୀ - ସ୍ନେହ କିମ୍ପା ମୁଁ କଲି
ଶ୍ୟାମସୁନ୍ଦର ସିଂହ
ତାଳ ଏକତାଳି, ରାଗ ଭୈରବ
ସ୍ନେହ କିମ୍ପା ମୁଁ କଲି ଦୁଃଖେ ସିନା ମଜ୍ଜିଲି
ମାର ଶର କରତରେ ଭିନ୍ନ ସିନା ମୁଁ ହେଲି । ଘୋଷା ।
ପ୍ରାଣବନ୍ଧୁ ନଇଲେ, ମୋରେ ରୋଷ ବହିଲେ
କାହା ସଙ୍ଗତେ ରହିଲେ, ଏ ରୀତି କଲେ ।
(ପଡ଼ି) ଶାଶୁ ନଣନ୍ଦ ଗୁରୁଜନଙ୍କର ବାରଣ
ବାଣୀକି ମଣିଲି ମୁଁ ଅହିତ କରିଣ ।
ତାଙ୍କ ଶ୍ରୀଚରଣରେ ପଶିବାରୁ ଶରଣ
ଏ ଦୁଃଖକୁ କାରଣ ହେଲି ସଜନି ଜାଣ । ୧ ।
କରି ତା ଠାରେ ଆଶା, ପୁହାଇଲି ଏ ନିଶା
ମୋହନ ଦେଲେ କି ଦଶା, କଲେ ଭଗାରି ହସା । ୨ ।
ସଖି ମୁଁ କି ହୁଡ଼ିଲି, କୁଳ ଶୀଳ ଏଡ଼ିଲି
ପ୍ରୀତି ଲାଗି ମୁଁ ସଢ଼ିଲି, କୁଳେ କଳଙ୍କ ହେଲି । ୩ ।
ହେଲା ମୋ ମତି ଭ୍ରମ, ବଳିଲା ତା ଠାରେ ପ୍ରେମ
ଜୀବନ ନେବଟି କାମ, ଏହା ଥିଲା ମୋ କରମ । ୪ ।
ନୃପ ଶ୍ୟାମସୁନ୍ଦର, ସିଂହ ଭାଷେ ଏ ଗୀର
ପ୍ରୀତିକି କେ ବୋଲେ ସାର, ସଂସାରେ ଅସାର । ୫ ।
