STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-7)

ଚଉପଦୀ(ଧର୍ମୀୟ-7)

1 min
210


ରାଗ ନାଆଟାକୁରଞ୍ଜ

ଅନୁପମ ହାସି, ତୁ ମୋ ମନୁଁ ଯିବୁ କେହି ରେ

ନିଦେଶୁଁ ଭୂପର କାଲି ଗଲି ଦୂରେ ରହି ରେ

ଚାରି କଳା ତୋ ବିଚ୍ଛେଦ ପାରିବି କି ସହି ରେ

ମହୀଚକ୍ର ଯାକରେ ମୁୱ ରହିଲେ ହେଁ ଚାହିଁରେ

ନିଶିଦିବା ଆନ ମତେ ଦିଶିବ ତ ନାହିଁ ରେ

ଅପେତ ଭୋଗ ମୁଁ କେଉଁ ତପେ ଥିଲି ଦାହି ରେ

ମନରେ ତ ଅଛୁ ପ୍ରାଣଧନ, ଅବଗାହି ରେ

ଅନନ୍ତ ମୋଦ ବର୍ଷିବା ଘନ ତୁ ମୋ ସହି ରେ

ତୋର ବିନା କି ନାଚିବ ମୋ ସୁଖ ବରହୀ ରେ

କରିଥିବାରୁ ତୁ ଦେହପରି ମୋତେ ସ୍ନେହୀ ରେ

ଚାରୁମୁଖ ଚାହିଁ ଦୁଃଖପାରୁନାହିଁ କହିରେ

ହରି ଗିରେ ଶରଦ ଶର୍ଦ୍ଦରୀ ନାଥ ମୁଁହିରେ

ଜଗଦ୍ଦେବ କହେ ସ୍ନେହେ ଦ୍ରବିଗଲେ ବହିରେ

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics