STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ -32)

ଚଉପଦୀ(ଧର୍ମୀୟ -32)

1 min
260


ଏହି ଦୋଷ ସହି, ମୁଁ ତହିଁରେ ଗୋ, ବାଛିଚି ସୁଖଦ ରତି

କରିବା ବେଳର ଯୁବତୀ ଜୀଇବା ମରିବାର ନ ଜାଣନ୍ତି

କେ କାହାକୁ କେଡେ ନିବିଡେ ନ ଭିଡେ ପୁରିଥିବାଠାରେ ସ୍ନେହ

କରି କି ଏପରି ଯହିଁ ନୋହେ ପରିଚୟ କେ କାହାର ଦେହ

ମୁଁ ସହଜ ଭୀରୁ ନ ସହଇ ଉରୁ ଭିଡା ମତେ ବାଧେ ବଡ

ମୋହ ନିମନ୍ତେ ସେ ଦେହକୁ କରନ୍ତି ଲୋହ ନିର୍ମିତ ନିଗଡ

ଚିବୁକ ଅଧର ଗଣ୍ଡ ଚୁମ୍ବିବାରୁସଂସାରେ ଥିବା କଥାଏ

କେ ଯାଣେଏମନ୍ତ ପ୍ରପଦୁ ସୀମନ୍ତ ଯାଏ ପୁଣି ସୁଧା ଥାଏ

ଶୁଭେ ଅର୍ଦ୍ଧକ୍ଷଣ ଚରଣାଭରଣ ରଣ - ଡିଣ୍ଡିମ ବାଜଣା

ପୁଣି ମୋର ଚେତା କାହିଁ ରହେଟି ତା ସେହି ନାଗରକୁ ଜଣା

ତହୁଁ ଯେତେବେଳେ ଠଉରାଇ କୋଳେ ଭିଡିଥାନ୍ତି ନନ୍ଦସୁତ

ତେବେହେଁ ପଳାଇ ଯିବାକୁ ବଳାଇପାରଇ ନାହିଁ ମୋଚିତ୍ତ

ସଖୀ ଠାକୁରାଣୀ ଶ୍ରୀମୁଖୁ ଏ ବାଣୀ ଶୁଣି ସ୍ନେହେ ଚୁମ୍ବ ଦେଲେ

ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରା-ବତୀ ନାଥ ରସେ ବୋଲେ

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics