Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

4  

Prafulla Chandra Mishra

Romance

ଚଉପଦୀ-୬ (ପ୍ରିୟ ସଜନୀ)

ଚଉପଦୀ-୬ (ପ୍ରିୟ ସଜନୀ)

1 min
358



ପ୍ରିୟ ସଜନୀ, ତୁ ମୋର ପ୍ରେମ ମନ୍ଦାକିନୀ ଗୋ

ତୋ ପାଇଁ ଦିନ ରାତି, ସମାନ ଲାଗେ ସାଥୀ

ତୋର ଚନ୍ଦ୍ର ବଦନ, ଦେଖି ବିତାଏ ଦିନ, 

ଆରେ ମୋ ପ୍ରାଣ ଧନ, ନକର ଛଳନା ତୁ ମାନିନୀ;

ପ୍ରିୟ ସଜନୀ ।


ପ୍ରେମରେ ପ୍ରେମ ଶିଳା, ଆରେ ନବ ଛଇଳା

ରାତିର ରଙ୍ଗବତୀ, କେଳୀ କୁଶଳା ରତୀ,

ଆଗୋ ପ୍ରଣୟ ବତୀ, ପ୍ରମତ୍ତ ପ୍ରେମ ଧାରା କାମିନୀ; 

ପ୍ରୀୟ ସଜନୀ ।


ଅମୀୟ ପ୍ରେମ ଫୁଲ, ପାରିଜାତ ସମ ତୁଲ

ତୋ ରୂପ ଝଲମଲ, କରେ ସହୀ ପାଗଳ,

ମନ ହୁଏ ବିକଳ, ମାର ଫୁଲ ଶର ସୌଦାମିନୀ;

ପ୍ରିୟ ସଜନୀ।


ଭୁରୁ ତୋ ଇନ୍ଦ୍ରଧନୁ, ନୀଳ କଇଁ ନୟନୁ

ଝରଇ ପ୍ରେମ ଜ୍ୟୋତି, ଝଲସେ ଦିବ୍ୟ ପ୍ରତି,

ଆଶା ମୋ ଫଳବତୀ, ହେଉ ସୁକୁମାରୀ ସୁହାସିନୀ;

ପ୍ରିୟ ସଜନୀ ।



Rate this content
Log in

Similar oriya poem from Romance