STORYMIRROR

Goutam Mohanty

Romance

3  

Goutam Mohanty

Romance

ପୁଣି ଥରେ ଜୀଇଁବାକୁ

ପୁଣି ଥରେ ଜୀଇଁବାକୁ

1 min
212


କେହି ଜଣେ ଜୀବନକୁ ହଠାତ

ଧସେଇ ପଶି ଆସିଥିଲା

କେଜାଣି କେମିତି ପାଇଥିଲା ମୋ ଠିକଣା

ହଁ ଦୂର ଦେଶର ସେ ବାସିନ୍ଦା ବୋଲି

ପରିଚୟ ମଧ୍ୟ ଦେଇଥିଲା

ହେଲେ ଅତୀତର ଘଟଣାକୁ ବୋଧ ହୁଏ

ଭୁଲି ଯାଇଥିଲା,ସବୁ ପ୍ରଶ୍ନ ମୋର ସେମିତି

ପ୍ରଶ୍ନବାଚୀ ହୋଇ ଛିଡା ହେଉଥିଲା

ନା ମିଳୁଥିଲା ଉତ୍ତର ନା କିଛି ଯୁକ୍ତି

ବାସ ଭିଜା ଭିଜା ଆଖିରେ ଅସୁମାରୀ ମୁକ୍ତା ବିନ୍ଦୁ

ପୁଣି କେବେ କେବେ ମନ ଜିଣା ଖୁବ

ମିଠା ମିଠା କଥା

କେବେ ଏଇ କଥାରେ ଛୁଟି ଆସେ ଲହଡିର ହସ

ତ କେବେ ପୁଣି ବର୍ଷି ଯାଏ ଅଦିନିଆ ଲୁହର ବର୍ଷା

ଥରଥର ଦେହରେ ଅନେକ ଯନ୍ତ୍ରଣାର 

ଡ଼ହ ଡ଼ହ ଦରପୋଡା ଅଙ୍ଗାର

ନା ସମ୍ପୂର୍ଣ୍ଣ ଜଳିପାରେ ନା ଲିଭିପାରେ

ପରିସ୍ଥିତିର ଧାପରେ ଯାହା ଧୂଆଁ ସୃଷ୍ଟି କରେ

କେଜାଣି କେଉଁଠି ଥିଲା କାଣିଚାଏ ଖୁସିର ଆଶା

ସାଥି ହୋଇ କିଛି ବାଟ ଚାଲିବାକୁ

ହଁ ସେ ହିଁ ତ କହିଥିଲା ପୁଣି ଥରେ ଜୀଇଁବାକୁ

ଫର୍ଦ୍ଦ ଫର୍ଦ୍ଦ ଲେଉଟାଇ ପିଲାଦିନର ସେ ସ୍ମୃତିକୁ

କପଟ ଛଳନାକୁ ପ୍ରଶୟ ନଦେଇ

ନୂଆ ଏକ ଦୁନିଆ ଗଢିବାକୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance