STORYMIRROR

Goutam Mohanty

Romance

3  

Goutam Mohanty

Romance

ଅଦିନ ଝଡ

ଅଦିନ ଝଡ

1 min
177


ଆସିଥିଲ ତୁମେ  ଜୀବନରେ ମୋର

   ବନ୍ୟା ର ରୂପଟେ ନେଇ

ଧୋଇ ନେଇଗଲ   ହସଖୁସି ମୋର

    ଦୁଃଖର ପାହାଡ ଦେଇ।।

ହୃଦୟେ ମୋହର ପ୍ରେମର ରଙ୍ଗୋଲି

     ନାଚି ନାଚି ଖେଳୁଥିଲା

ଛଳନା ସୁଅରେ  ମୋ ପ୍ରେମ ମନ୍ଦିର

    ଆଜି ତ ଉଜୁଡିଗଲା ।।

ଛୋଟିଆ ହୃଦୟେ   ଏତେବଡ଼ ଝଡି

    ଅଦିନେ ଆଣିଲ ତୁମେ,

ପ୍ରତାରଣା କରି  ପ୍ରେମକୁ ମୋ ମାରି

    ବଦଳି ଗଲ ଯେ ତୁମେ।।

ହୃଦୟରୁ ମୋର    ରକତ ଝରାଇ

    ଗଢ଼ିଲ ସୁଖ ସଂସାର,

ନିଜର ହୋଇବି  ଧୋକା ଦେଇଗଲ

   ହୋଇ ଗୋଟେ ସ୍ୱାର୍ଥପର।।

ଉଜାଡି ଦେଇ ମୋ  ସାଇତା ସପନ

     ଭାଙ୍ଗିଦେଲ ଚୂନାକରି, 

ଜୀବନରୁ ମୋର    ସୁଖ ହଜିଗଲା 

    ଆଉ ଆସିବନି ଫେରି।।



Rate this content
Log in

Similar oriya poem from Romance