STORYMIRROR

Amit Bal

Romance

3  

Amit Bal

Romance

(୧୮)# ଅଚିହ୍ନା ମଣିଷ #

(୧୮)# ଅଚିହ୍ନା ମଣିଷ #

1 min
246

ଅସଞ୍ଜତ ମୁହୂର୍ତ୍ତର ପାଖୁଡ଼ାରେ

ଏମିତି ଏକ ନିରବଚ୍ଛିନ୍ନ ଅନ୍ଧାରେ,

ବେଳେ ବେଳେ ଅଚିହ୍ନା ମଣିଷଟେ ବି

     ସାତ ଜନ୍ମର ଚିହ୍ନା ଚିହ୍ନା ଲାଗେ

ତା' ପାଇଁ ଛୋଟ ଏଇ ହୃଦୟରେ

       ଅସୁମାରୀ ପ୍ରୀତି ଜାଗେ .........


ଆନ୍ଦୋଳିତ ହୁଏ ବାରମ୍ବାର ମନ

ଇଚ୍ଛା ହୁଏ ପୁଣି ଥରେ ଦେଖିବାକୁ ସ୍ୱପ୍ନ

ଭୁଲି ଯାଇ କଣ୍ଟକିତ ଜୀବନର ମରୁ ଉଦ୍ୟାନରେ

     ଘଟିଥିଲା ଯାହା ସବୁ କେବେ ଜୀବନରେ .....


ଭାଗ୍ୟେ ଥିଲେ ଅଚିହ୍ନା ମଣିଷ ସାଜେ

     ହୃଦୟ ମନ୍ଦିରେ ମନର ମଣିଷ

ନିଃସଙ୍ଗ ଜୀବନର ନିଃସଙ୍ଗ ପ୍ରାନ୍ତରେ

     ଆଉ ଥରେ ଖେଳିଯାଏ ହସ .......


ମନ ପ୍ରଜାପତି ପଙ୍ଖ ଝାଡ଼ି ଉଡ଼ି ବୁଲେ

      ଆତ୍ମବିଶ୍ୱାସ ଭରି ପୁନର୍ବାର ଆକାଶେ,

ସମୟର ଚଲାପଥେ ବୁଣିବାକୁ ଇନ୍ଦ୍ରଧନୁର ସାତରଙ୍ଗ

        ସେଇ ଅଚିହ୍ନା ମଣିଷ ସକାଶେ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance