STORYMIRROR

Snigdha Samantaray

Romance

3  

Snigdha Samantaray

Romance

ବିବାହ

ବିବାହ

1 min
239


ବିବାହ ହେଉଛି ପବିତ୍ର ବନ୍ଧନ

ଜୀବନେ ଗୁରୁତ୍ୱ ପୂର୍ଣ୍ଣ

ସ୍ରଷ୍ଟାଙ୍କର ତ ଅମୂଲ୍ୟ ଉପହାର

ସୃଷ୍ଟି ତେଜେ ବିକିରଣ ।

ବହୁ ପୂର୍ବେ ଥିଲା ହିନ୍ଦୁଙ୍କ ମଧ୍ୟରେ

ଅଷ୍ଟବିଧ ବ୍ରାହ୍ମ ବିବାହ

ପୈଶାଚ, ରାକ୍ଷସ, ଗାନ୍ଧର୍ବ, ଆସୁର

ପ୍ରଜାପତ୍ୟ, ଦୈଵ ଆର୍ଯ୍ୟ ।

ସାମାଜିକ ସ୍ଵିକୃତି ପରସ୍ପର ପ୍ରୀତି

ବିବାହର ଅଧିକାର

ଦଶଦିଗ ପାଳ ସାକ୍ଷୀ ରହିଥାନ୍ତି

ସିନ୍ଦୂର ହୁଏ ନିଜର ।

ମିଶାଣ ଫେଡ଼ାଣ ହରଣ ଗୁଣନ

ଜୀବନେ ଚାରି ପାହାଚ

ସଂସାର ମଞ୍ଚରେ ନାରୀ ଓ ପୁରୁଷ

ଉଭୟେ ରକ୍ଷା କବଚ ।

ବଂଶ ରକ୍ଷା ସଂସାର ସୁରକ୍ଷା ପାଇଁ

ବିବାହର କଥା ପ୍ରଥା

ବହୁ ରୀତି ନୀତି ଥାଏ ପରମ୍ପରା

ସଂସ୍କୃତି ସମ୍ବନ୍ଧ ଗାଥା।

ବ୍ରାହ୍ମ ବିବାହେ ପଞ୍ଚଦେଵ ପ୍ରଜାପତି

ଯଜ୍ଞ ବେଦୀ ବେଦ ମନ୍ତ୍ର

ବିବାହ ବନ୍ଧନେ ସ୍ୱାମୀ ସ୍ତ୍ରୀ ସ୍ବୀକୃତି

ଗ୍ରାହସ୍ଥ୍ୟ ଧର୍ମ ଜୀବନ ।

ସଂସାର ସାଗର ବାହି ନେବା ପାଇଁ

ନାବକୁ ଧରନ୍ତି ମିଶି

ଜୀବନ ଯାତ୍ରାର ଅନ୍ତିମ ପାହାଚ

ଧର୍ଯ୍ୟ ସେତୁ ବାନ୍ଧି ହସି ।

ବିପଥଗାମୀ ଉଭୟେ ନ ହୋଇଲେ

ସଂସାର ପଥ କୁସୁମ

ସଚେତନତା ଭାବନା ମୂଳମନ୍ତ୍ର

ବିବାହ ସଫଳ ମର୍ମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance