STORYMIRROR

Goutam Mohanty

Romance

3  

Goutam Mohanty

Romance

ଆସିଥିଲ କାଲି ସପନେ ମୋର

ଆସିଥିଲ କାଲି ସପନେ ମୋର

1 min
238


ଆସିଥିଲ କାଲି   ସପନରେ ମୋର

     ବସିଥିଲ ମୁଣ୍ଡ ପାଖେ,

ମୋ ମୁଣ୍ଡ, ତୁମର କୋଳରେ ଶୁଆଇ

    କହୁଥିଲ କଥା କେତେ।।

ଝରି ପଡୁଥିଲା      ନୟନୁ ତୁମର

      ଲୁହ ନଈ ଦୁଇ ଧାର,

ମଥା ପରେ ମଥା  ରଖିଦେଇ ତୁମେ

    ଧରିଥିଲ ହାତ ମୋର।।

କଇଁ କଇଁ ହୋଇ   କାନ୍ଦୁଥିଲ ତୁମେ

     ଜାବୁଡ଼ି ଧରିକି ମୋତେ,

ଚାହିଁ ରହିଥିଲି      ମୁହଁକୁ ତୁମର

     ଦେଖୁଥିଲି ମୁହିଁ ସତେ।।

ମଥାରେ ତୁମର     ସୁହାଗ ସିନ୍ଦୂର

   ନାଲି ଶଙ୍ଖା ଚୁଡି ହାତେ,

ବଧୁବେଶ ତୁମ ଦେଖି ମୋ ଆଖିରେ

   ଖୁସିରେ ନାଚିଲି କେତେ।।

ମଉଳି ଯାଇଛି   ତୁମ ଗୋରାଗାଲ

     ଉତୁରି ପଡୁଛି ଆଖି,

ଗଭା କେଶ ତୁମ    ମୁକୁଳା ପଡ଼ିଛି

    ପିଟୁ ଥାଅ ଖାଲି ଛାତି।।

ଏକଡ ସେକଡ    ମୁହଁକୁ ମୋ କରି

    ଓଠରେ ଦେଉଛ ଚୁମା,

ବାହୁନି ବାହୁନି     କାନ୍ଦି କହୁଅଛ

   କରିଦିଅ ମୋତେ କ୍ଷମା।।

ଆକୁଳ ଚିତ୍କାର    ଦେଖୁଥାଏ ମୁହିଁ

     ପଲକ ପଡୁନି ମୋର,

ତୁମ ଲୁହ ଦେଖି   ଆପେ ଗଡ଼ିଗଲା

   ମୋ ଆଖିରୁ ଲୁହ ଧାର।।

ପଡି ରହିଥାଏ     କାଠଗଣ୍ଡି ପରି

    ନିର୍ବାକ ନିସ୍ତେଜ ହୋଇ,

ପୋଛି ପାରୁନାହିଁ   ତୁମ ଆଖି ଲୁହ

     ଆତ୍ମା ମୋର କାନ୍ଦୁଥାଇ।।

ଚାହିଁ ରହିଛି ମୁଁ    ଏକ ଲକ୍ଷ୍ୟକରି

     ତୁମରି ମୁହଁକୁ ପ୍ରିୟା,

ଆଉ ଫେରିବିନି   ତୁମରି କୋଳକୁ

   ଛାଡି (ମୁଁ) ଯାଇଛି ଦୁନିଆଁ।।




Rate this content
Log in

Similar oriya poem from Romance