ଲୋଟଣୀ ପାରା
ଲୋଟଣୀ ପାରା


ଜହ୍ନ ରାଇଜରେ ଜାଗାଟିଏ ନେବି
ତୋଳିବି ତୋଲାଗି ଘର
ସପନ ନାୟିକା ନୃତ୍ୟ କରୁଥିବେ
ଦେଖି ହୋଇବୁ ବିଭୋର ll 1
ପାରିଜାତ ଫୁଲ ସୁରଭିରେ ଭରା
ରଜନୀଗନ୍ଧାର ଶେଯ
ମହମହ ବାସ୍ନା ବିଭୋର କରିବ
ଦୂର ହୋଇଯିବ ଲାଜ ll 2
ଅଳକାନନ୍ଦାର ସୁମଧୁର ଜଳେ
କରି
ବୁ ନିତି ସିନାନ
ତୋ ଲାଗି ଆଣିବି ରତନ ମେଖଳା
ହାତକୁ ସୁନା କଙ୍କଣ ll 3
ଇନ୍ଦ୍ରନୀଳମଣୀ ହୀରା ମୋତି ଖଞ୍ଜି
ପିନ୍ଧାଇବି ହାର ତୋତେ
ରମ୍ଭା ଅପସରୀ ଉର୍ବଶୀ ସୁନ୍ଦରୀ
ବିଶ୍ବାସ ଯିବେନି ସତେ ll 4
ସୂରୁଯ କିରଣ ଛୁଇଁବ ନି ତୋତେ
ଛୁଇଁବ ନି ତାତି ଖରା
ମୋ କୋଳରେ ନିତି ଘୁମୁରୁ ଥିବୁତୁ
ଆହା ମୋ ଲୋଟଣୀ ପାରା ll 5