Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Amit Bal

Romance

4.3  

Amit Bal

Romance

ସୁରଭିତ ଶୁଭେଚ୍ଛା

ସୁରଭିତ ଶୁଭେଚ୍ଛା

1 min
33


ସ୍ମୃତିର ଚିତ୍ର ନଦୀ

        ଆଜି କାହିଁ ବୋହେ ବେଶୀ

ଶବ୍ଦମୟ  ଶିଳାଲିପି

         ତମ କଥା କହେ ହସି ;

କହେ, ଆଖି ତମ ପଦ୍ମ ପୋଖରୀ

     ଚାହାଁଣୀରେ ଜ୍ୟୋତ୍ସ୍ନା ରାତିର ଜାଦୁଗରୀ

     ଓଠରେ ଅଭୁଲା ହସର ଅଜସ୍ର ପରାଗ

     କଥାରେ ମାନ ଅଭିମାନ ରାଗ ଅନୁରାଗ ;

ମନର ତତଲା ମାଟିରେ

     ସତେକି ତମେ ପ୍ରଥମ ବର୍ଷାର ମିଠା ବାସ୍ନା

     ହୃଦୟରେ ପ୍ରଣୟର ଅସୁମାରୀ ତୃଷ୍ଣା .........


ମୋ ପାଇଁ ପ୍ରେମର ପାରିଜାତ ତମେ

      ପୁଣି ବିମୋହିତ ସ୍ମୃତି କୈଶୋରର

ସମୟ ର ଅମୁଣିଆ ଅନ୍ଧାରରେ

      ସମ୍ଭାବନା ଜୀବନ ଜିଇଁ ବାର ........


କି ଅଦ୍ଭୁତ ପୁଲକ

      ତମର ସେ ଅଵୋଧ୍ଯ ଅଭିସାରରେ,

ମନ କହେ ଅବା କି ଉପହାର ଦେବି ମୁଁ

    ନୀଳନୟନାକ୍ଷୀ ତମକୁ , ତମ ଏ ଜନ୍ମ ତିଥିରେ .......


ଯୋଗ୍ୟତା ସ୍ତମ୍ଭରେ ଲେଖା

        କବି ପରିଚୟ ମୋର

ଶୂନ୍ୟତା ରେ ଭରା

         ମୋ ଅନ୍ତର ବାହାର ,

ହଁ , ତମ ପାଇଁ ସୁରଭିତ ଶୁଭ ମନାସୁଛି ମୁଁ

             ରହି ରହି ଶବ୍ଦର ମନ୍ଦିରେ

କାବ୍ୟ ଦୀପ ଜାଳି

           ଜୀବନର ଅମା ଅନ୍ଧକାରରେ .......


Rate this content
Log in

More oriya poem from Amit Bal

Similar oriya poem from Romance