STORYMIRROR

kamal kumar dash

Romance Inspirational

3  

kamal kumar dash

Romance Inspirational

ସମ୍ପର୍କ

ସମ୍ପର୍କ

1 min
32

 

ସମ୍ପର୍କ ର ନଈ  ଦୁଇ ମନ ଛୁଇଁ 

   ଧୀରେ ଧୀରେ ବୋହୁ ଥାଏ 

କୁଳ ଲଂଘି ଗଲେ  ମନ ଜଳିଯାଏ 

   ସମ୍ପର୍କଟା ଛିଣ୍ଡି ଯାଏ (୧)

 ସମ୍ପର୍କ ରତାର ଛୁରୀ ପରି ଧାର 

  ନଜାଣିଲେ ହାତ କାଟେ 

ଥରଟେ କଟିଲେ   ଯୋଡି ହୁଏ ନାହିଁ 

  ଜୀବନର ଚଲା ବାଟେ (୨)

କେହି ପାଇ ନାହିଁ    ସମ୍ପର୍କର ମହୁ 

    ତା କୀଟ ଦଂଶନ ବିନା 

ଜୀବନ ବାଟରେ  ଖୁସିରେ ଦୁଃଖରେ 

    ଉଡେ ସମ୍ପର୍କର ବାନା  (୩)

ସମ୍ପର୍କ କଣ୍ଢେଇ    ଜୀବନ ରଜ୍ଜୁରେ 

     ଧୀର ଧୀରେ ଚାଲୁ ଥାଏ 

ରଜ୍ଜୁ ପାରି ହେଲେ    କରତାଳି ମିଳେ 

         ପଡିଲେ ଜୀବନ ଯାଏ (୪)

ସମ୍ପର୍କର ବହି       ବୁଝି ହୁଏ ନାହିଁ 

     ଜୀବନଟା  ଯାଏ ବିତି 

ତଥାପି  ସାଥି ମୋ       ସମ୍ପର୍କ ମାଳରେ  

      ଚାଲ ପ୍ରୀତି ଫୁଲ ଗୁନ୍ଥି (୫)     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance