STORYMIRROR

କଳ୍ପନା ରାୟ

Romance

3  

କଳ୍ପନା ରାୟ

Romance

ସ୍ମୃତି

ସ୍ମୃତି

1 min
19

ସ୍ମୃତି ତୁମେ ଦିଶ ଝାପ୍ ସା ଝାପ୍ ସା..........


ସେଇ ତୁମ ହସ ରସ

ମନେ ପଡେ ସ୍ମୃତି ଅବଶ

ଶିଳାରୁ, ପାହାଡ ପାଖର ଝରଣାରୁ

ଆମ ଗାଁ ଆମ୍ବ ତୋଟାରୁ, କୋଇଲିର କୁହୁରୁ

ପୋଖରୀର ନୀଳ ନୀଳ ପାଣିରୁ

ଗାଁ ବାଡିର ବରକୋଳି ଗଛରୁ

ଆମର ସେହି ଭଗ୍ନ ମନ୍ଦିରର ବେଢାରୁ

ସବୁଠି ତୁମରି ସ୍ପର୍ଶ,ତୁମରି ଚାହାଣି

କେମିତି ଭୂଲିବି କହ

ହାତ ଠାରି ଡାକନ୍ତି ମତେ

କହିବାକୁ ଛାଡିଯାଇଥିବା କାହାଣି

ହୁଏ ଆନମନା, ଭାଙ୍ଗିଯାଏ ଦୃଢତା

ହାରିଯାଏ ତୁମ ସ୍ମୃତି ନିକଟରେ

ସେଥିରେ ପାଏ ବି ସୁଖ

ଅନୁଭବ କରେ ଅନୁପମ ପ୍ରେମର

ଭୂଲି କି ପାରିବ ତୁମେ 

ସେଇ ଅନ୍ତରଙ୍ଗ ମୁହୂର୍ତ୍ତକୁ

ଯେତେ ଦୂରେ ଥାଅ

କାଢିପାରିବନି ସେ ଚିତ୍ରଗୁଡିକୁ

ମନରୁ, ଅନ୍ତରରୁ, ସ୍ମୃତି ରୁ

ପାରିବନି, ବିବ୍ରତ କରିବେ ସେମାନେ

ଯେତେ କାଢିବାକୁ ଇଚ୍ଛା କରିବ

ହରତାଳ କଲାପରି ଘେରିଯିବେ ସେମାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Romance