ଗୋଲାପି ଚିଠି
ଗୋଲାପି ଚିଠି


ତୁମ ହାତ ଲେଖା ପ୍ରଥମ ଚିଠି
ଅତର ବାସ୍ନାରେ ମହକି ଉଠୁଛି ।।
ଲଫାପା ର ରଙ୍ଗ ଗୋଲାପି
ତୁମ ଠାରୁ ପାଇଲା ପରେ
ମାେ ମନ ଚୋରଣି ହେଇ ଗଲାଣି ।।
ଖୋଜୁଛି ନିରୋଳା ଜାଗା
ଯେମିତି କେହି ନ ଜାଣି ପାରନ୍ତି
ଏଯାଏ ଚିଠି ଖୋଲି ପାରୁନି ।।
ମୁଁ ଯାହା ଭାବୁଛି ,
ଯଦି ସେଇଆ ଲେଖା ଥାଏ
ବହୁତ୍ ପୂର୍ବରୁ ଦୁହେଁ
ପଢି ସାରିଛୁ ମନ ର କଥା
ପୁଣି ଆଖିର ଭାଷା ।।
ଖାଲି ଯାହା ,
ଦୁହିଁଙ୍କର ଦସ୍ତାବିଜ ର ସମ୍ମତି ଲୋଡା
ପୁଣି କଣ ଏଣୁ ତେଣୁ ଭାବୁଛି ??
ଚିଠି ଟା ତ ଖୋଲି ଦେଖେ ।।
ମୁଁ ଏ ବାସ୍ନାରେ ମୋର ସତ୍ତା ,
ହରେଇ ବସୁଛି
ଚିଠି ପଢ଼ି ,
ମୁଁ କଣ ଆଉ ମୁଁ ହେଇ ଥିବି ??
ଏବେଠୁ ଗୋଟେ ପଟେ ମୁଁ ମୋ ଚିଠି,
ଆଉ ଗୋଟେ ପଟେ ଏ ସାରା ଦୁନିଆ
ଯିଏ ଯାହା କହୁ
ମୋର କି ଯାଏ ??
ପ୍ରେମ କାହା ପାଇଁ ବିଷମ ଜାଣେନି
ମୋ ପାଇଁ ତ ମହ ମହ ମଳୟ ର ବାସ୍ନା
ଲେଖା ଅଛି ,
ମୁଁ କୁଆଡେ ବହୁତ ଆପଣାର
ମନ ପୁଣି ବନ୍ଧା ପଡି ଯାଇଛି ଆପେ ଆପେ ।।
ଆଖି ଦୁଇ,
ସବୁ ଠିକଣା ଭୁଲି ମୋ ପାଖେ ବାଟବଣା
ଏତେ ସବୁ ଭାବାବେଗ କଣ
ପ୍ରେମର ରୂପରେଖ ????
ଏକ ହେଇ ବଞ୍ଚିବା ର ପ୍ରତିଶୃତି ,
ସବୁ କୋହ ରେ ମୋହ ରେ ;
ନୀତି ସ୍ଥିତି ରେ ଭାଗିଦାରୀ
ମୋ ପାଇଁ ମୋ ପ୍ରିୟ ର
ହାତ ଲେଖା ଗୋଲାପି ଚିଠି ।।