STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (52)

ଚଉପଦୀ (52)

1 min
108


ରାଗ ଶାବେରୀ ଝୁଲା

ଚନ୍ଦ୍ରବଦନାରେ ଲେଉଟି ପଛକୁ ଅଁନା (ପଦ)

ଅଣ୍ଟା ତାର ସରୁ, କୁଚ ମହାମେରୁ, ତାହା ସହିଛି ଅବଳା ।

ସେ ସରୁ କଟିରେ ନୀରକୁମ୍ଭ ଧରି ଆସୁଧାଏ କରି ହେଳା (1)

ସେ ଯେଉଁ ଚାହାଣୀ ହୃଦ ହୁଏ ହାଣି ତେଣେ କିମ୍ପା ଆଖିଠାରଚ

ପାଷାଣ ହୋଇଲେ ତରଳି ପଡିବ ପୁରୂଷ କେତେ ମାତର (2)

ମତ୍ତଗଜ ଗତି ହୋଇଣ ସୁମତି କରୁଥାଏ ସେ ସୁମନା,

ବସନ୍ତ ରିତୁରେ ଝାଳଟିପି ଟିପି ଖରାବେଳେ ପାଣଇଅଣା (3)

ଦେଖି ତୋର ଭଙ୍ଗୀ ଯୋଗୀ ଯୋଗ ଭାଙ୍ଗିଯିବ ପଙ୍କଜ ଆନନା,

ବୋଲେ କବିରବି ତୋହର ଯେ ଛବି ଚାହିଁଲେ ବଢେ ବେଦନା (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics