STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (40)

ଚଉପଦୀ (40)

1 min
278


ରାଗ ମୁଖାରୀ ଆଠତାଳ

କୁନ୍ଦରଦନା ରସବତୀ, ରସବତୀ ରାମା ରସବତୀ (ପଦ)

ଗଲାନିଶି ତାହା ସଙ୍ଗତେ ମାତି, ଯେତେ ବନ୍ଧେ ହେଲା ସୁରତି,

ରତିରେ ମାତି ନ ହେଜିଲି ରାତି, ଢାଳୁଥିଲା ତାର ନେତ୍ର ସମ୍ପତି,

ଭିଡିଲା ଦେଇ ଛାତି କି ଛାତି (1)

ନାଟ କରୁଥିଲା ନାସିକାମଣି, ଫିଟି ଚରମେ ଲୋଟୁଥିଲା ବେଣୀ,

ବାଜୁଥିଲା ତାର କଟି କିଙ୍କିଣୀ, ନେଉଥିଲା ମୋର ଚିତ୍ତକୁ କିଣି,

ଭାଷିଲା ହୁଁ ହୁଁ ଶବଦ ବାଣୀ (2)

ଉରଜେ କରଜ ଚାଲନ୍ତେ ନେଇ, ଚମକି ଇଷି ବୋଲିଣ ଭାଷଇ,

କହୁଥାଇ କେତେ ବିନୟ ହୋଇ, ଏଥକୁ ଆଉ ମୁହିଁ ନପାରଇ,

ବୋଲଇ ଆଜି ପଡିଲି କାହିଁ (3)

ଯେତେବେଳ ଅନ୍ତେ ଜୀବଜୀବନ, ଆରମ୍ଭିଲାବିପରୀତ ଦହନ,

ତେତେବେଳେ ଯାହା ହେଲା ମୋ ମନ, ତହିଁକି କେବଳ ସାକ୍ଷୀ

ମଦନ, ଗଣି ଦେଉଥିଲା ଚୁମ୍ବନ ଦାନ (4)

ଅଷ୍ଟଦୁର୍ଗପତି ବୋଲେ ଏ ରସ ଏହି ଆଜ୍ଞା ମୋତେ ଦେବ ଗିରୀଶ,

ଖଟିଥିବି ଅନବରତ ପାଶ, ବସି ଚାହିଁଥିବି ମୁଖସାରସ,

ଘେନି ବଞ୍ଚୁଥିବି ରାତ୍ରିଦିବସ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics