STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (26)

ଚଉପଦୀ (26)

1 min
349

ଚଉପଦୀ

(26)

ରାଗ କାମୋଦୀ ଆଦିତାଳ

କହିବାକୁ ଲାଜ, ସଖି ଯାହା ହେଲା ଆଜ (ଘୋଷା)

ପହୁଡି ଥିଲେ ଜଣାନଥିଲା ମୋତେ ବୀଣା ଆଳାପେ ଲଗାଇଲି ଗେଲେ ଲୟ,

କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଷଂସି ମରଣୁ ବଳିଗଲା ସେ ସମୟ (1)

ଖସି ପଡିଲା କରୁ ବିପଞ୍ଚୀ ଧରୁ ଧରୁ, ମେରୁଗରୁଆ ହେଲା ଗଭାଫୁଲ,

ଟେକି ନୋହିଲା ମୁଖ ତହି ପଞ୍ଚବିଶିଖ ଚଣ୍ଡାଳ କଲା କେତେ କଲବଲ (2)

ଚୁମ୍ବିଲେ ଅଙ୍ଗସୀମା, ଜାତଫୁଲକରମା, ଶୀତ୍କାର ଉପୁଜିଲା ବାରମ୍ବାର ,

ନିବିଡ ଭୁଜବନ୍ଧୁ ଛାଡିନଦେଲେ ବନ୍ଧୁ, ପଳାଇବାକୁ କାହିଁ ରାହା ମୋର (3)

କେତେ କଥାକୁ ଏତେ ଦଶା ଲଭିଲି ଚିତ୍ତେ, କି ନକଲା ଏ ଲାଜ ଘେନ ମନେ,

କିପରି ଗୋ ସଙ୍ଗାତ ବିପରୀତ ସୁରତ ରସକୁ ରସୁଥାନ୍ତି ବାମାମାନେ (4)

ଭାଷଇ ଜଳନ୍ତର ଅବନୀ ପୁରନ୍ଦର ହେଲେ ହୋଇବ ଏକ ଗୁଣ ଲୋପ,

ଆଉ ପାପ ସଙ୍ଗୀତ ବିଦ୍ୟାସଧରେ ଚିତ୍ତ ନ ଦେବି ବୋଲି କଲି ସଙ୍କଳପ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics