STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (164)

ଚଉପଦୀ (164)

1 min
213

ଚଉପଦୀ

(164)

ରାଗ - ତୋଡି ପରଜ - ଆଦିତାଳ

ରେ ସଙ୍ଗାତ, ନିଧୂବନେ ମୋହ ପରି,

ରସିବା କାଳରେ ଦିଶି ଯାଉଥିଲା ଧନ ଘନ କାଳପରି (ଘୋଷା)

ବାରିଦ ନିଃସ୍ୱନ ପରି ଶୁଭୁଥିଲା ଅରାଜି ‘ଉହୁଁ’ ବଚନ,

ନାସା ନୀଳମଣି ନିନ୍ଦା କରୁଥିଲା ନୀଳକଣ୍ଠ ନରତନରେ (1)

ମୋର ଉରଘନେ ଖେଳା କରୁଥିଲା ତା ତନୁବଲ୍ଲୀ ଚପଳା

ପିକକୁଳ ପରି ମୂକ ହେଲା ପଦପଙ୍କଜ ମଞ୍ଜରୀ ବଳା ରେ (2)

ବଦନଚନ୍ଦ୍ରକୁ ଗ୍ରାସି ଆସୁଥିଲା ଅସିତ ଘନକବରୀ

ମଥା ମୋତି ଛକଜାଲି ଦିଶୁଥିଲା ଅନ୍ଧାରେ ଖଦ୍ୟୋତ ପରି ରେ (3)

ଝିଙ୍କାରୀ ଝଙ୍କାରପରି ଶୁଭୁଥିଲା ରତନଯୁତ କିଙ୍କଣୀ,

କନକ କହଳୀଦଳେ ଖେଳୁଥିଲା କି ରଙ୍ଗେ କାଳୀନାଗୁଣୀ ରେ(4)

ଛିଡିଯାଏ ମୋତି ବିଞ୍ଚି ହୁଏ କ୍ଷିତି ପତନ କରକାବଳି,

କପୋଳୁଁ କୁସୁମାବଳି ଖସୁଥାଏ ନୀରଦୁଁ ପରି ବକାଳି ରେ (5)

କଳା ରଟଳା ବାସନ୍ତୀ ଜୀବବନ୍ଧୁ ଗଭା ପୁରନ୍ଦର ଧନୁ,

କଦମ୍ବ ପ୍ରଫୁଲ୍ଲ ସମ୍ପଦକୁ ଚୋରି କରୁଥିଲା ତାର ତନୁ ରେ (6)

ଶ୍ରମ ସ୍ୱେଦବିନ୍ଦୁ ଛଳେ ଜୀବବନ୍ଧୁ ବରଷିଲା ଘନରସ

ଚଞ୍ଚୁପୁଟେ ବାରି ଧରି ହେଲା ହରିଚନ୍ଦନ ଭୂନାଥ ତୋଷ ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics