STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (157)

ଚଉପଦୀ (157)

1 min
129


ରାଗ- ତୋଡିପରଜ- ଏକତାଳି

ରେ ଜୀବନ, ନବମାଳି କଳି କଳି

ନିଖିଳ ବଲ୍ଲରୀ ବଦନ ଚୁମ୍ବନେ ଆରମ୍ଭିଛି ଅଳି ଅଳି (ଘୋଷା)

ସୁନ୍ଦର ମାକନ୍ଦ ମୁଖରୁ ମରନ୍ଦ ପଡିବାରୁ ଗଳି ଗଳି

ରବ ଦମ୍ଭେ ପିକ କିପରିହାସିକ ବୋଲୁଅଛି ଭଳି ଭଳି(1)

ଚନ୍ଦନ ଚାହାଁ ତୁ ମଦନ ଭସ୍ୱାନ ଆସୁଅଛି ଢଳିଢଳି,

ଦୀନମୁଖେ କେଳି ଶେୟୁ ଯୁବାପରି ଦୁଇ ଆଖି ଢଳି ଢଳି (2)

କେଉଁ କେଉଁ ଗ୍ରାବ ସମୁଚୟେ ଦ୍ରାବ ଧନଞ୍ଜୟ ଜଳି ଜଳି,

ବନ ମହୀସ୍ଥଳ କରୁଅଛି ନୀଳ ଜୀର୍ଣ୍ଣ ପର୍ଣ୍ଣ ଦଳି ଦଳି (3)

କୁସୁମ ସମୟ ଲକ୍ଷ୍ମୀ ସମୁଦୟ ପଡୁଅଛି ବଳି ବଳି

କାମିନୀଙ୍କ ମନ ଦୁହିଁଙ୍କର ମନ ଯାଉଅଛି ଟଳି ଟଳି (4)

ତରୁଣୀ ଶରଣ ଇତର ମରଣ ହେଉ ବୋଲି ଢଳିଢଳି,

ଯୋଗୀଙ୍କି ପ୍ରହାର କରି କାମ କର ରହିଅଛି ଫଳି ଫଳି (5)

ତୋ କୃପା ,ସକାଶୁଁ ସୁଖେ ବଞ୍ଚେ ବସୁଦୁର୍ଗନାଥ ଛଳିଛଳି,

ନ ପଚାରେ ପଞ୍ଚ ନାରାଚକୁ ଲାଞ୍ଚ ଦେଲେ ହେଲେ ଥଳିଥଳି (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics