STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (151)

ଚଉପଦୀ (151)

1 min
309

ଚଉପଦୀ

(151)

ରାଗ କଳିଙ୍ଗଡା ରୂପକତାଳ

ରାମା ରାଜିଲା,ବିଶ୍ୱ ଶୋଭାପୁଞ୍ଜ ଗର୍ବ ଗଞ୍ଜିଲା.

ନାକ ନର ନାଗ ନଗରୀ ନାଗରୀ ଦରୀ କି ଭଜିଲା(ଘୋଷା)

ଧରଣୀ ଦେଶରେ ଧାତା ମାନସରେ କି ଚାରୁ ଚିତ୍ର ଉପୁଜିଲା,

ଏ ଘେନି କି ବାଳା ସ୍ୱର୍ଣ୍ଣ ଚମ୍ପାମାଳା ଶମନ ପିତାକୁ ପୂଜିଲା (1)

ସବୁ ଯୁବା ଶ୍ରେଣୀ ମନ ଜିଣି ଜିଣି ମଦନ ମଦ କୁ ଭଜିଲା,

ଯତୀନ୍ଦ୍ରଙ୍କସାର ସାରିବ ଏଥର ଅମୋଘ ଆୟୁଧ ସାଜିଲା (2)

ଝଳି ଚାମୀକର କିରଣ ନିକର ପଙ୍କଜାନନୀର ବାଜିଲା,

ଜଗତ ମହିଳା କଳେବର କଳା-କଳଙ୍କ ଛଡାଇ ମାଜିଲା (3)

ଇନ୍ଦୁ ଅରବିନ୍ଦ ଇନ୍ଦୀବର କୁନ୍ଦ ମନ୍ଦାର ମଦ ବରଜିଲା,

ମୁଖପାଣି ପାଦ ନେତ୍ର ରଦବାସ ସେବାକୁ ନ ତେଜିଲା (4)

ଜାଣିଲି ମୋ ସୁଖ ଦୀପ ଚାରିମୁଖ ସ୍ନେହ ସଂଯୋଗ ରେ ତେଜିଲା,

କହେ ଅଷ୍ଟଦୁର୍ଗନାଥ ଶୋଭା ସ୍ୱର୍ଗ-ଫଳ ଭୋଗେ ମନ ମଜ୍ଜିଲା (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics