STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (120)

ଚଉପଦୀ (120)

1 min
90


ରାଗ – ତୋଡି ପରିଜ - ଆଦିତାଳ

ମଦନ ଗୁମାନ କେତେ ଦେଖାଉ?

ଅମାନବତୀ ତ, ହେଲାଣି ମୋ ମିତ, ନ ମାନଇଁ ତୋତେ ଆଉ (ଘୋଷା)


ଭୂରୁ ନୀଳସୂନ, - ଚାପରେ ଅଞ୍ଜନ, ମିଳିନ୍ଦମାଳା ସିଞ୍ଜନୀ

ନେତ୍ରଅନ୍ତ ଅରବିନ୍ଦ ମୂଖ ତାର ସାଜିଲା ନିଜେ ମୋଧନୀ (1)

ରସା ବିଦୂଷାର, ମୁଖେ ମିଶି ସାର, ପ୍ରସାଦି ଇନ୍ଦିରାପାଳି

ପରବ ଶର୍ବରୀ - ବର ଗରବ ମୂଳରୁ ଦେଲାଣି ଟାଳି (2)

ଯଉବନ ତୋର ଛଡାଇ ନେବାକୁ ପଡିବାରୁ ଆଲୋଚନା

ପିକରବ ପରି ପ୍ରିୟ ସହଚରୀନିକର ବାଟ ରଚନା (3)

ଗଉରଦେହା ସଉରଭ ସାର କଳା କୁନ୍ତଳ ତମାଳେ

କୁସୁମ ସମୟଗିର ସମୁଦୟ ପ୍ରବେଶ ହେଲାଣି ବଳେ (4)

ସଖିଏ ବିଶେଷ ବିରଚନ୍ତେ ବେଶଗେଲେ ବୋଲିବାର ଉହୁଁ

ମତ୍ତ ଅଷ୍ଟପଦ ନିଚୟ ନିନାଦ ଶ୍ରବଣେ କି ଶୁଣିନାହୁଁ (5)

ବୋଳିଅଛୁ ସିନା ଚନ୍ଦନ ବାସନା ବହିବା ମନ୍ଦ ସମୀରେ

କବିରବି ଭାଷେ ତୋ ସମର ଶେଷେ ସହି ହେବ ବଶ ମୋରେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics