STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (105)

ଚଉପଦୀ (105)

1 min
187


ରାଗ - କେଦାର , ତାଳ- ଆଡତାଳ

ବନ୍ଧୁ ଅଛି କି ଲୋଡା, ନୂଆ ନିଆଳୀନିର୍ମିତ ଚୂଡାରେ (ପଦ)

ପଗମାଧିକାରେ ଫରମାସୁ ଥିବୁ ମୋଠାରୁ ବରଜି ବ୍ରୀଡା ରେ .

ମନଥିାଇ ଲାଜଭରବଶୁଁ ବ୍ୟାଜଚ୍ଛନ୍ନ କଲେ ବଡ ପୀଡା ରେ (1)

ନ ପାଇବା ସୁଖ ମୋ ଆଗେ ଶ୍ରୀମୁଖ ନୋହିଲେ ସଂକୋଚ ଛଡା ରେ

ଚିତ୍ତେ ଥାଉ ମୁଁ ତୋ ସଙ୍ଗୀତ ଜଗତିବାହୁଡା ବିଜେ ପାହାଡା ରେ (2)

ଇଚ୍ଛା ମାଫିକେ ତୋ ବିଛଣା ବନାଇ ଦିଆଇବି ହୋଇ ଛିଡା ରେ

 ଅଣା ଅଛି କି ବହୁତ ବାସନ୍ତିକ ବାସ କୁସୁମ ପାଖୁଡା ରେ (3)

ସଇରିନ୍ଧ୍ରିକାକୁ ସହି କହୁଥା ତୁ ଆଜ ହୋଇବ ନିବିଡା ରେ ,

ଅଂସ ଅବତଂସ ଲହସା ଖୋସାକି କି ବେଣୀ ଲୋଟଣୀ ଜୁଡାରେ (4)

ଅଳପକେ ସେ ହେଉଥାଏ ତରୁଣ ତରୁଣୀଙ୍କ ଘରବୁଡା ରେ

ଧନ ଚିନ୍ତିଲେ ଆମ୍ଭର ବଂଶବଦ ହେବ ସେ ମ୍ମର ବାପୁଡା ରେ (5)

ମାନିବ ଯେବେ ଦଣ୍ଡକେ ମହତ୍ତ୍ୱ ବନାଇ ଦେବା ଦିକଡା ରେ .

ଜଗଦ୍ଦେବ ଗୀତେ ବୋଲେ କର ମୋତେ ଅପଗଡା ରେ (6)




Rate this content
Log in

Similar oriya poem from Classics