STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (102)

ଚଉପଦୀ (102)

1 min
269

ଚଉପଦୀ

(102)

ରାଗ – ଭୈରବ - ଆଠତାଳି

ପ୍ରିୟସହି, ଏତେ ବେଳୁ ଥାଅ ମୋତେ କହି ରେ,

ତହିଁରେ ମୁଁ ନାହିଁ ଅବଗାହି ରେ (ଘୋଷା)

ପ୍ରଥମ ପ୍ରବେଶ କାଳେ,            ଆଛାଦି ଅଙ୍ଗ ଦୁକୂଳେ,

ଉଭା ହେବି ସିନା ତଳେ,            କେଳି ତଳପକୁ ବଳେ

ଘେନିଯିବେ ସେହି ସ୍ନେହ ବହି ରେ (1)

ମାର ମନେ ଖେଳୁଥିବ,             ପ୍ରଦୀପ ଯେ ଜଳୁଥିବ,

ବିବେକ ତ ଟଳୁଥିବ,                ଲାଜ ତ ପ୍ରବଳୁ ଥିବ,

ତାଙ୍କ ମୁଖ ଅନାଇବି କେହି ରେ (2)

ମଦନ- ମଦ ଅମଳେ,              ଚେତା ନଥିବାରୁ ଭଲେ,

ଲୋଭ ବଶୁଁ ଅବା ଗେଲେ,       ପୁନଃ ପୁନଃ ଚୁମ୍ବ ଦେଲେ,

ସ୍ଥିର ହୋଇ ରହି କି ନ ରହି ରେ (3)

ବୋଲୁ ଅଛି ବିଧାନ,           ବାଜି କରରୁହ ମୂନ,

ଦେହରେ ନରଖି ସ୍ଥାନ,             ପୁଣ ଗାଢେ ଆଲିଙ୍ଗନ,

ଏତେ ବାର, ପାରିବିକି ସହି ରେ (4)

ବିନତି ହୋଇ କହିଲେ,          ଏତେ ଅବା ହେବ ହେଲେ,

କି କରିବି ନୀବା ତୁଲେ,              ହଟକୁ ପ୍ରିୟ ରଚିଲେ,

ସହିବାର ପଡଇ କି ତାହି ରେ (5)

ଅଷ୍ଟଦୁର୍ଗ ନାଥ ଭଣେ,        ତୋଷ ଗୋ ସଖି ଜଣାଣେ,

ମଣି ମଣି ଆଭରଣେ,        ବନ୍ଦିବା ଶିବ ଚରଣେ,

ଆସିଲେ ମୁଁ, ଲୋକହସା ହୋଇ ରେ (6)

କବି ସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics