STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! ଚୁଲି !!

!! ଚୁଲି !!

1 min
405

ଲୋ ନିଆଁ

ଲୋ ଚୁଲି

କେମିତି ବୁଝାଇବୁ କହ

ତୋ ଦହନ

ତୋ ପୋଡି ଯାଉଥିବା ସପନ

ତୁ ଜଳୁଚୁ ତ ଜଳୁଚୁ

କେଉଁ ଆବହମାନ କାଳରୁ

ତୋ ଜ୍ବଳନର ତୀବ୍ରତାରେ

ଶିଝି ଯାଉଛି ମୋ ଚରୁ ଅନ୍ନ

ମୋ ଖାଣ୍ଡବ ବନ

ମୋ କାକୁସ୍ଥ ପରାଣ


ତିନୋଟି ଝିଙ୍କା ଉପରେ ତୁ

ଅଗ୍ନିସ୍ନାତା

କନ୍ୟା ଜୟା ଜନନୀ

ତୋ ବିବର୍ତ୍ତିତ ପୃଥିବୀରେ

ତୁ ଫୁଙ୍କି ଚାଲିଚୁ ନିଜକୁ

ନିଜ ଲୁହରେ ଆଦ୍ର ଜାଳେଣୀ କୁ

ତୋ ଜଳିବାରେ ବିରାମ କାହିଁ

ଅଗ୍ନିସ୍ନାତା ସୀତା ଠୁ

ଅଗ୍ନି ସମ୍ଭୁତା ଯାଜ୍ଞସେନୀ ଯାଏ

ସବୁଠି ନୀରବି ଯାଏ ତୋ

ମାତୃହୃଦୟ /ସକଳ ଯାତନା ସତ୍ତ୍ବେ


ଚୁଲି ର ପାଉଁଶ ତଳୁ ଉଖାରେ କିଏ

ତୋ ଦେହର ଦେବାଳୟ

ତରଳି ଯାଇଥିବା ତୋ ଜୀବନର ସରଳ ରେଖା

ବିଡମ୍ବିତ ଭାଗ୍ୟ

ତୁ ଚୁଲି ହୋଇ ଜଳିଛୁ

ଭୋଗ ରେ ଭାଗ୍ୟରେ

ଶୋକ ରେ , ଶୋଷରେ

ତୁ କେବେ ମହମହ କୈବଲ୍ୟ କଣିକା ରେ

ଅଭଡାର ଶୁଷ୍କ ଚେତନାରେ

ତୋ ଆବିର୍ଭାବ ବି କେବେ

ଅଗ୍ନିର ଜଠର ତଳେ

ଦଶଭୂଜା ଦୂର୍ଗା ରୂପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract