STORYMIRROR

ବି. ନିରୁପମା

Romance

4  

ବି. ନିରୁପମା

Romance

ଚଞ୍ଚଳ ମୁଁ ଯିବି ଘର

ଚଞ୍ଚଳ ମୁଁ ଯିବି ଘର

1 min
310


ଛାଡ଼ିଦିଅ ମୋର ଅଞ୍ଚଳ ମୋହନ

ଚଞ୍ଚଳ ମୁଁ ଯିବି ଘର ,

କେତେ କାମ ତେଣେ ବାକି ପଡ଼ିଅଛି

ମାଡ଼ୁଅଛି ତେଣୁ ଡର ।


କୁମ୍ଭ ଘେନି ଦାଣ୍ଡେ ଆସିଲା ବେଳକୁ

ଚାହୁଁଥିଲେ କେତେଜଣ ,

ତାଙ୍କରି ଭିତରେ ଠରାଠରି ହୋଇ

କହୁଥିଲେ ମୋତେ କ'ଣ ।


ତରତର ହୋଇ ଧାଇଁ ଆସିଲି ମୁଁ

କାନ ଡେରିଲିନି ଜମା ,

ତୁମ ସହ ଭେଟ କରିବା ଲାଗି ହେ

ଘରେ ହୋଇଅଛି ମନା ।


ହେ ହଟନାଗର ଜଞ୍ଜାଳ କରନା

ଓଗାଳନା ଆଉ ବାଟ ,

ତୁମ ନାମେ ପରା ବରଜଟା ସାରା

ବସୁଅଛି କେତେ ହାଟ ।


ମନ ଭୁଲାଣିଆ କଥା କହି କହି

ବିଳମ୍ବ କରନା ଶ୍ୟାମ ,

ସାରା ନଗରରେ ରଟିଯିବ ନିନ୍ଦା

କରମ ତ ମୋର ବାମ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance