ଚନ୍ଦ୍ରମା
ଚନ୍ଦ୍ରମା
ନୀଳାକାଶେ ହେ , ଚନ୍ଦ୍ରମା ଅନୁପମ କାନ୍ତି
ବୋହି ବିଭା ଵିହାୟସେ ବିତରୁଛ ରାତି ।
ତୁମ ଯୋଗୁଁ ରଜନୀରେ ଅନ୍ଧକାର ଦୂର
ଜ୍ୟୋସ୍ନା ପ୍ଲାବିତ ପ୍ରଶାନ୍ତ ସୁଧାମୟୀ କର ।
ପ୍ଲାବିତ କରାଇ ଧରା ବକ୍ଷେ ଅନ୍ଧକାର
ନାଶି ବିତରୁଛ ନିଜ ସୁଧାମୟୀ କର ।
କାଦମ୍ବିନୀ କୋଳେ କୋଟି ତାରକା ମେଳରେ
କମନୀୟ ଅପରୂପା ଦୀପ୍ତି ଢାଳି ତୁମ୍ଭେ ।
ଉଜ୍ଜ୍ବଳ ମୟୁଖେ ପ୍ଲାବି ଅବନୀ ଆକାଶ
ଶୋଭା ବିବର୍ଦ୍ଧନ କର ରୁଚିର ପ୍ରକାଶ ।
ପକ୍ଷେ ଛିଡ ପକ୍ଷେ ବଢ଼ ଅବିରତ ଗତି
ଦିବସରେ ଲୁଚି ପୁଣି ଦିଶୁ ଥାଅ ରାତି ।
ପୂର୍ଣ୍ଣିମା ଓ ଅମାବାସ୍ୟା ହୁଏ ତୁମ ପାଇଁ
ସୂର୍ଯ୍ୟା ଲୋକେ ହେ , ଚନ୍ଦ୍ରମା ଆଲୋକିତ ହୋଇ ।
ବିମଳ ଚନ୍ଦ୍ରିକା ଧାରେ ଧରା ବିଧଉତ
କରି ନିତି ପ୍ରାଣୀ ମନେ ତୃପ୍ତି ଭରୁ ଅଛ ।
କୁମୁଦ ବାନ୍ଧବ , ଚନ୍ଦ୍ର, ହେ , ତୁହିନ କର
ତୁହିନଂଶୁ, ଓଷଃଧିଶ , ଆହେ ସୁଧାକର ।
ଅବ୍ଜ, ଇନ୍ଦୁ , ଉଡୁପ, ହେ, ବିଧୁ , ଜୈବାତୃକ
ଶୁଭ୍ର ତନୁ , ଶୁଭ୍ର ଭାନୁ , ହେ ଶୁଭ୍ର ମୟୁଖ ।
ସର୍ବରୀଶ , ଦ୍ୱିଜ ରାଜ , ରୋହିଣୀ ରମଣ
ଶଶୀ , ଶଶଲାଞ୍ଚନ ହେ , ସ୍ମର ସଖ ସୋମ ।

