ଚକାଭଉଁରୀ
ଚକାଭଉଁରୀ
ଜୀବନଟା ପ୍ରଭୂ ଚକାଭଉଁରୀ ଭଳି
କେବେ ଘୂରିଯିବ ଜଣାଣାହିଁ
ଆଜି ଭଲ ଅଛି କାଲି ନ ଥିବ
ମଣିଷ ଏ କଥା ବୁଝୁନାହିଁ ।
କେତେ ଯେ କଷଣ ସହୁଛି ବସୁନ୍ଧରା
କେତେ ସହେ ପୁଣି ସାଗର
ଗଛ ପରବତ ଦୁଃଖ ଅପ୍ରମିତ
ମଣିଷ କହେ କିନ୍ତୁ ଭବୁ କର ପାର ॥
ତୁମେ ପରା ପ୍ରଭୂ ଜଗତ କରତା
ସଭିଙ୍କ ହୄୄୄୄୄୄୄଦୟ ଚିହ୍ନିପାର
ମାନବ ଜାତିକୁ କାହିଁ ବୁଝାଉନ
ଝଡଝଞ୍ଜା ନିମନ୍ତ୍ରଣ କରେ ବାର ବାର॥
କୋଠା ବାଡି ଖାଲି ତା ମନେ ଥାଏ
ଗର୍ବ ଅହଂ ରେ ରହେ ବୁଡି
ରକ୍ଷାକର ନାଥ ଏ ଘନ ବିପତ୍ତିରୁ
ନର ବୁଦ୍ଧି ଗଲାଣି ହୁଡି ॥
