Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

4  

Arjuni charan Behera

Classics Others

ଚକା ଡୋଳା ତ୍ରିପଣ୍ଡ କଳା

ଚକା ଡୋଳା ତ୍ରିପଣ୍ଡ କଳା

1 min
221



 ଚକା ଡୋଳା ତ୍ରିପଣ୍ଡ କଳା,

ଚଉଦ ବ୍ରହ୍ମାଣ୍ଡେ ବିସ୍ତାରେ ଲୀଳା l

ଚାହାଣି ତୋହର ଜନମନ ହରେ,

ଚାହିଁବା ମାତ୍ରକେ ଦୁରିତ ଗଲା ll

ଚକା ଡୋଳା ତ୍ରିପଣ୍ଡ କଳା l(ଘୋଷା)

ଭକତ ଭୋଳିଆ,ଭକ୍ତ ବତ୍ସଳିଆ,

ଭକତ ଭାବରେ ସର୍ବଦା ଭୋଳା l

ପତିତ ପାବନ ପତିତ ତାରଣ,

ପତିତପାବନ ନେତ ଉଡ଼ିଲା ll (1)

ପତିତଜନଙ୍କୁ କୋଳାଇ ନେବାକୁ,

କରାଇଲେ ରଥ ଯାତରା ଲୀଳା l

ଟାହିଆ ହଲାଇ ଦାଣ୍ଡକୁ ଓହ୍ଲାଇ

ହରିବୋଲେ ଭକ୍ତ ନର୍ତ୍ତନ କଲା ll (2)

ଦ୍ୱାପର ଯୁଗରେ କଂସ ଆଦେଶରେ

ଭକତ ଅକ୍ରୁର ରଥେ ଆଣିଲା l

କ୍ରୁର ସ୍ୱଭାବେ ସେ ଯମୁନା ଜଳରେ,

ପ୍ରଭୁଙ୍କର ବିଶ୍ୱ ରୂପ ଦେଖିଲା ll (3)

କଞ୍ଜ ପୟର ତୋ ଭକ୍ତର ଆଶ୍ରୟ,

ସେ ପଦେ କାଳୀୟ ଆଶ୍ରୟ କଲା l

କଠଉ ଚିହ୍ନକୁ ତା ଶିରେ ଥାପିଲ

କାଳିନ୍ଦୀରୁ ହରି ବିଷର ଜ୍ଵାଳା ll (4)

ଜଗତ ରକ୍ଷଣେ ଗୋବର୍ଦ୍ଧନ ଟେକା

କରନ୍ତି ଗୁଣ୍ଡିଚା ବାହୁଡ଼ା ଲୀଳା l

ଚରଣ କମଳେ ଆହେ ଗୂଢ଼ପାଦ,

ଅଧମ ବାହୁଡ଼ି ଆଶ୍ରୟ ନେଲା ll (5)

          


Rate this content
Log in

Similar oriya poem from Classics