STORYMIRROR

Amulya Kumar Nayak

Romance

4  

Amulya Kumar Nayak

Romance

ଚିଠି

ଚିଠି

1 min
251

ଉତ୍ତର ପଛକେ ଦିଅ କି ନଦିଅ

       ପଢିଲ କି ନାହିଁ କୁହ

ଲେଖିଥିଲି ଚିଠି ଭରି କେତେ ପ୍ରୀତି

       ସହି ଶୀତରାତି ଲୁହ (୧)

ହେ ମୋ ଜୀବନ ପ୍ରିୟ,

   ଆସିବା ଯିବା ତ ସଂସାରେ ଲାଗିଛି

  ଏତେ ଅଭିମାନୀ କାହିଁ ହୁଅ,

ତମ ହାତ ଲେଖା ଚିଠିକୁ ପଢିଲେ

      ଆଖିରୁ ଝରୁଛି ଲୁହ

ଭାବେ ମୁଁ ସଂପର୍କ ତମର ମୋଅର

      ମଝିରେ କାହାର ମୁହଁ (୨)

ସତ କିଛି କିଛି ମିଛ ବି ଅନେକ

     ଭାବରେ ଦେଇଛ ବାନ୍ଧି

ଶବ୍ଦ ମାଳ ମାଳ କରୁଛି ପାଗଳ

     ପଢିଲେ ପଡୁଛି ଛନ୍ଦି (୩)

ମାନ ଅଭିମାନ ତମ ସ୍ବାଭିମାନ

     ଦେଇଛ ସେଥିରେ ଭରି

ଓଦା ହେଇଯାଏ ଲୁହ ଟୋପା ପଡି

     କାଗଜ ବୁକୁଟା ଚିରି (୪)

ସୀମା ଆରପଟେ ଶୁଭୁଛି ଗର୍ଜନ

      ହାତରେ ତମରି ଚିଠି

ତମ କଥା ସବୁ ମନେ ପଡିଗଲେ

   ପାରୁନି ଉଠେଇ ବନ୍ଧୁକ ଲାଠି (୫)

ଭାବ ବନ୍ଧନର ନିଛକ ତୋ ହୃଦ

      ତୋ ଚିଠି କଅଁଳ ମନ

ବୁଝେ କି ମଣିଷ ରଖେ ଅବଶୋଷ

    (ଏଠି) ଜୀବ ଥାଇ ପ୍ରାଣହୀନ (୬)



Rate this content
Log in

Similar oriya poem from Romance