ଚିଠି
ଚିଠି
ପୁଣି ଥରେ ମାଗିଥିଲି ଆଦରେ ଚିଠିକୁ
ମୋ ପ୍ରିୟା ର ଦୁଇ ପଦ ମିଠାମିଠା କଥା
ଚିଠି ଦେଲା କିଏ ଜଣେ ଆସି
ଆରମ୍ଭିଲା ଛାତି ତଳ ବ୍ଯଥା
ମାଗିଥିଲି ଦିବସକୁ ସ୍ନିଗ୍ଧ ସକାଳ ମୁଁ
ଜଳିଗଲି ବିରହ ତାତିରେ
ଜହ୍ନ କୁ ମୁଁ ମାଗି ଥିଲି ତୋଫା ଝରା ରାତି
ଜହ୍ନ ଦେଲା ଉଆଁସ ଅନ୍ଧାରର ସ୍ମୃତି
ଲିଭିଗଲା ପରେ ସବୁ ସହରର ବତୀ
ଲେଖିଥିଲି ଜହ୍ନ ଆଲୁଅରେ
ମନ କଲମରେ ସେହି ଚିଠି
ଜ୍ଯୋତ୍ସ୍ନାଧୌତ ନିଶି କାଗଜରେ
ହସ ସବୁ କାଳିକରି
ଲେଖି ଥିଲି ଚିଠି ଶେଷେ ଇତି
ଚାହିଁ ଥିଲି ତୂମ ଉତ୍ତରକୁ
ଏ ରାତିରେ ଚାତକ ସଦୃଶ
ପୂର୍ବାକାଶେ କୂଆଁତାରା ଦେଖାଯିବା ପୂର୍ବୁ
ମୋ ଦ୍ବାରେ ପହଞ୍ଚିଲା ଅଜଣା ଅତିଥି
ଚାଲିଗଲା ନୀରବ ରେ ସେହି
ଅଗଣାରେ ଚିଠିକୁ ଫୋପାଡ଼ି
ମନ ହେଲା ଉଲ୍ଲସିତ
ଆଗ୍ରହ ରେ ଚିଠି ଦେଲି ଖୋଲି
ଲେଖା ଥିଲା ମାତ୍ର ଚାରି ପଦ
" ମୋତେ ତୁମେ ଭୂଲି ଯାଅ ବୋଲି "

