STORYMIRROR

Rajendra Bishoyi

Romance Tragedy

3  

Rajendra Bishoyi

Romance Tragedy

ଚିଠି

ଚିଠି

1 min
239

ପୁଣି ଥରେ ମାଗିଥିଲି ଆଦରେ ଚିଠିକୁ

ମୋ ପ୍ରିୟା ର ଦୁଇ ପଦ ମିଠାମିଠା କଥା

ଚିଠି ଦେଲା କିଏ ଜଣେ ଆସି

ଆରମ୍ଭିଲା ଛାତି ତଳ ବ୍ଯଥା 

ମାଗିଥିଲି ଦିବସକୁ ସ୍ନିଗ୍ଧ ସକାଳ ମୁଁ

ଜଳିଗଲି ବିରହ ତାତିରେ 

ଜହ୍ନ କୁ ମୁଁ ମାଗି ଥିଲି ତୋଫା ଝରା ରାତି

ଜହ୍ନ ଦେଲା ଉଆଁସ ଅନ୍ଧାରର ସ୍ମୃତି

ଲିଭିଗଲା ପରେ ସବୁ ସହରର ବତୀ

ଲେଖିଥିଲି ଜହ୍ନ ଆଲୁଅରେ 

ମନ କଲମରେ ସେହି ଚିଠି

ଜ୍ଯୋତ୍ସ୍ନାଧୌତ ନିଶି କାଗଜରେ

ହସ ସବୁ କାଳିକରି 

ଲେଖି ଥିଲି ଚିଠି ଶେଷେ ଇତି

ଚାହିଁ ଥିଲି ତୂମ ଉତ୍ତରକୁ 

ଏ ରାତିରେ ଚାତକ ସଦୃଶ

ପୂର୍ବାକାଶେ କୂଆଁତାରା ଦେଖାଯିବା ପୂର୍ବୁ

ମୋ ଦ୍ବାରେ ପହଞ୍ଚିଲା ଅଜଣା ଅତିଥି

ଚାଲିଗଲା ନୀରବ ରେ ସେହି

ଅଗଣାରେ ଚିଠିକୁ ଫୋପାଡ଼ି 

ମନ ହେଲା ଉଲ୍ଲସିତ 

ଆଗ୍ରହ ରେ ଚିଠି ଦେଲି ଖୋଲି

ଲେଖା ଥିଲା ମାତ୍ର ଚାରି ପଦ

" ମୋତେ ତୁମେ ଭୂଲି ଯାଅ ବୋଲି "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Romance