ଚିତ୍ରିତ ଚୈତାଳି
ଚିତ୍ରିତ ଚୈତାଳି


ଫଗୁଣର ରଙ୍ଗ
ଚୈତ୍ରର ଚଇତାଳି
ଫୁଲର ଶେଜ
ପବନ ଦୋଳି ଖେଳେ
ଆମ ଦୁହିଁଙ୍କ ମେଳେ ।
ଏଇନା ଅଛି ଏଇନା ନାହିଁ
ମୁହୂର୍ତ୍ତ ସବୁ ଖସିଯାଏ
ସମୟର ଫାଙ୍କରୁ ।
ମୋ ପାପୁଲି ଉପରେ
ତମ ପାପୁଲିକୁ ଆବୋରିଦିଅ
କୈଦ କରିନେବା ବେଶ କିଛି ଖୁସି
ବିଂଦୁଏ ତମର ବିଂଦୁଏ ମୋର ।
ଜୀବନ ଟା ଆଉ କଣ ଯେ
ଛୋଟ କଥା
ଛୋଟ କାହାଣୀ
ଛୋଟ ଖୁସି
ଆଉ ଛୋଟ ଆମ ସଂସାର
ଜୀବନଟା ସହଜ ହେବ
ବଂଚିବା ସୁନ୍ଦର ହେବ
କିଛି ବିନା କଥାରେ
ଆଉ କିଛି ବିନା ଚୁକ୍ତିରେ ।
ଗୋଟିଏ ରେ କୋଟିଏ
ଅଣୁ ରେ ପରମାଣୁ
ବିନ୍ଦୁରେ ସିନ୍ଧୁ
ଏ ଅନୁଭବରେ ବଂଚୁଥିବା
ଜୀବନ ର ଶେଷ ନିର୍ଘଣ୍ଟ ପର୍ଯନ୍ତ ।