ଚିତ୍ର ଚରିତ - 61 କବିତା : ପିଲାଙ୍କ ଘର ହିଁ ସୁନାଘର
ଚିତ୍ର ଚରିତ - 61 କବିତା : ପିଲାଙ୍କ ଘର ହିଁ ସୁନାଘର
ଧନୀକୁ ଲୋଡ଼ା ରାଜମହଲ ସୁଉଚ୍ଚ ପକ୍କାଘର,
ବାପା କହନ୍ତି-ସଞ୍ଚୟ କରି ଗଢିବେ କୋଠାଘର |
ଆମ ଗାଆଁରେ ଜେଜେ ରହନ୍ତି ତାଙ୍କର ଚାଳଘର,
ବଣ ପାହାଡ଼େ ରହନ୍ତି ଲୋକେ କରି କୁଡ଼ିଆ ଘର |
ଥଣ୍ଡା ଦେଶରେ ଖେଳନ୍ତି ଲୋକେ କରି ବରଫ ଘର,
ବାଇ ଚଢେଇ ତାଳଗଛରେ ବୁଣିଛି ନିଜଘର |
ପେଚାର ଘର ଗଛ କୋରଡ଼ ଗୁମ୍ଫା ବାଘର ଘର,
ବୁଦାମୂଳରେ ସାପର ଘର ହୁଙ୍କା ଉଈର ଘର |
କାଉ କପୋତ ପକ୍ଷୀ ବାନ୍ଧନ୍ତି କୁଟା-କାଠିର ଘର,
ଆମେ ତ ଶିଶୁ ଗଢିବୁ ଆମେ ବାଲିରେ ସୁନାଘର |
ମା କହନ୍ତି ମୋର କୁଡ଼ିଆ ମମତା ଭରା ଘର,
ଇଟା ସିମେଣ୍ଟ କି'ହେବ ମୋର ଏଇଟା ସୁନାଘର |
