ଚିତ୍ର ଆମ ସମୟର
ଚିତ୍ର ଆମ ସମୟର


କେମିତି ଗ୍ରହଣ କରିହେବ ଯେ!
ହୃଦୟ ବିଦାରି ହୋଇଯାଉଛି
ଦୁଃଖରେ ଫାଟିଯାଉଛି ଛାତି।
ମା ଟି ର ବୁକୁଫଟା ବିଳାପ
ପୁଅ ପାଇଁ , ସ୍ୱାମୀ ପାଇଁ ,
ଝରୁଥିବା ଅବିଶ୍ରାନ୍ତଲୁହ ର ଝରଣା,
ପରିବାର ଶୁନ୍ୟ ମଣିଷ ଟିର
ଶୁନ୍ୟ ଆଖିର ବିକଳ ଦୃଷ୍ଟି।
ଏଠି,ସେଠି,ସବୁଠି.
କଥାକୁହା କରୁଣ ଚିତ୍ର ଆମ ସମୟର।
ଓହୋଃ, ପ୍ରାଣ ଟା କାନ୍ଦିଉଠୁଛି।
ଚିହ୍ନା ଅଚିହ୍ନା ସଭିଙ୍କପାଇଁ।
ସତରେ ଏ ମହାମାରୀ
ସବୁକଣ ଦେବସାରି
ଜୀବନର ଶେଷ ଆଶା ଭରସାର
ଡାଳଖଣ୍ଡେ ଭାଙ୍ଗି ଯିବ
ଏମିତି ଶହ ଶହ କରି!!!
ଅଦୃଶ୍ୟ ଶତ୍ରୁ ର ର କେତେ ଅହନ୍ତା ସତେ!
ଆତ୍ମା ପ୍ରଳାପ କ
ରୁନି,ସତ ବଖାଣୁଛି।
ସତେକଣ ବଞ୍ଚିବାକୁ
ସଂଘର୍ଷ ଓ ସଂଘାତ ର
ବେଳ ସରି ସରି ଆସୁଛି।।।
ଏ କି ବିଡ଼ମ୍ବନା !
କଳକଳ ଛଳଛଳ ଧାବମାନ ଜୀବନର ଚକ୍ର
ଏମିତି ସ୍ଥିର, ନିଶ୍ଚଳ ହେଇଯିବ!!
ଭୀତତସ୍ତ୍ର ସୂର୍ଯ୍ୟାଲୋକ,ଚନ୍ଦ୍ରାଲୋକ
ଲୁଚି ଯିବ ଅନନ୍ତ ବକ୍ଷରେ !!
ଉଜୁଡି ଗଲାଣି ହସର ଫସଲ,
ଖିନ ଭିନ୍ ସ୍ୱପ୍ନ ର ମହଲ
ଏଇ ଅଛି ଏଇ ନାହିଁ ଖେଳରେ
ମସଗୁଲ୍ ମୃତ୍ୟୁ ର ତାଣ୍ଡବ।
ହେ ମହାପ୍ରୁ,କେବେ ଆଉ
ଏ ଦୁଃଖ ଘୁଞ୍ଚିବ?
ରୋଗମୁକ୍ତ, ହସଯୁକ୍ତ ମଣିଷ ର
,ପ୍ରିୟ ପରିଜନର ମୁହଁ
ଏ ଆଖି ଦେଖିବ!!
ରୋଗଗ୍ରସ୍ତ ବିଶ୍ୱକୁ
ରୋଗମୁକ୍ତ କର ହେ ମାଧବ।