ଚିରା ପଣତ
ଚିରା ପଣତ
ଲାର୍ଭା ତରଳିଲା ପରି
ତରଳୁଥିଲା ତା'ଉଷୁମ ପରଶ
ଅନ୍ଧାର ଧୀରେ ଧୀରେ ପାଦ ଥାପୁଥିଲା
ବୃକ୍ଷରେ ଜଡେଇ ହେଲାପରି
ମୁଁ ଜଡେଇ ହୋଇଗଲି ତା'ର
ସର୍ବାଙ୍ଗ ଶରୀରରେ
ଅଙ୍କୁରୋଦଗମ୍ ପୁର୍ବରୁ
ଲଟାଟି ଯେପରି ଭୂଇଁକୁ
ଧରଇ ଆବୋରି।
ଶୁଭୁଥିଲା ଅନ୍ଧାର ରାତିର
ବିକଟାଳ ଅଟ୍ଟହାସ୍ୟ
ସେ ମୋତେ ଜାବୁଡି ଧରିଲା
କହିଲା ଡରୁନୁତ ଅନ୍ଧାରକୁ ଦେଖି
ମୁଁ କିନ୍ତୁ ତା'ଛାତିରେ ମୁଣ୍ଡ ଗୁଞ୍ଜି
ମେଣ୍ଟାଉଥିଲି ମୋ ତମାମ ଜୀବନର ଶୋଷ।
ତା'ପ୍ରେମର
ଉତ୍ତରଣ ଖୋଲୁଥିଲା ଧୀରେ ଧୀରେ
ଘୋଡେଇଦେଲା ମୋତେ ତା'ର ଚିରା ପଣତ
ଧନର ପ୍ରାଚୁର୍ଯ୍ୟରେ ବୁଡିରହି
ଯାହା ମୁଁ ପାଇନଥିଲି
ଏଇ ଚିରାପଣତର ଅମୂଲ୍ୟ
ସ୍ନେହର ଗନ୍ତାଘର ତଳେ
ମତେ ଲାଗୁଥିଲା
ସତରେ ମୁଁ କେତେ ନିଃସ୍ବ !
