STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଚିର ସ୍ମରଣୀୟ ସ୍ମୃତି

ଚିର ସ୍ମରଣୀୟ ସ୍ମୃତି

1 min
346


ତୁମପାଇଁ ମୁହିଁ କେତେ କାନ୍ଦୁଅଛି

   ଛାଡି ଚାଲିଗଲ ବୋଲି 

ହୃଦୟ ଦେଇ ମୁଁ ପାଉଥିଲି ଭଲ

    କିପରି ପାରିବି ଭୁଲି।

ଆଖି ଖୋଲିଦେଲେ ତୁମ ରୂପ ମୋର

   ନୟନରେ ନାଚୁଅଛି

ସ୍ନେହବୋଳା ଡାକ ମନେ ପଡିଯାଇ

    ହୃଦୟ କନ୍ଦର କାନ୍ଦୁଛି।

କିଏ ସେ ବୁଝିବ ହୃଦୟ ବେଦନା

   ଅନ୍ତର ତଳର ବ୍ୟଥା

ଜ୍ୱର ବାଧକରେ ପଡ଼ିଥିଲେ କିଏ

    ଆଉଁସି ଦେବ ମୋ ମଥା।

ମୋ ପ୍ରିୟ ଜିନିଷ ବଜାରରୁ କିଏ

   ମନ ଜାଣି ଆଣିଦେବ

ମଜା ମଜା କଥା କହି ମନ ମୋର

   ଆନନ୍ଦିତ କରିଦେବ।

ତୁମ ପରି ଏକ ବିରଳ ବ୍ୟକ୍ତିତ୍ୱ 

   ଦେଖିନାହିଁ କେବେ ନେତ୍ର

ଦୁଃଖ ବିପଦରେ ଧୈର୍ଯ୍ୟ ହିମାଳୟ

    ପରିକା ଅବିଚଳିତ।

ସର୍ବଗୁଣସମ୍ପନ୍ନର ବ୍ୟକ୍ତିତ୍ବ ଯେ

    ପୁରିଥିଲା ତୁମ ଠାରେ

ପର ଉପକାର କରିବା ପାଇଁକି

   କୁଣ୍ଠା ନଥିଲା ମନରେ।

କେବେହେଲେ ତୁମେ ଦେଖିପାରନାହିଁ

    ମୋହରି ଆଖିର ଲୁହ

ତୁମପାଇଁ କେତେ କାନ୍ଦୁଅଛି ମୁହିଁ

    ଥରେ ଆସି ଦେଖିଯାଅ।

କାହାରି ଆଗରେ ପାରେନାହିଁ କାନ୍ଦି

   ନିରୋଳାରେ କାନ୍ଦେ ବସି

କେହି ଯଦି କେବେ ଦେଖିଦିଏ ମୁହିଁ

   ସାଙ୍ଗେ ସାଙ୍ଗେ ଦିଏ ହସି।

ସମସ୍ତେ ଜାଣନ୍ତି ଖୁସିରେ ଅଛି ମୁଁ

   କିଛି ଚିନ୍ତା ମୋର ନାହିଁ

ମନ ଭିତରର ଗୋପନ କଥା ମୁଁ

   କାହାକୁ ପାରୁନି କହି।

ଅନ୍ତରେ କାନ୍ଦୁଛି ବାହାରେ ହସୁଛି

   ଏଇତ ମୋର ଜୀବନ

ତୁମ ଗୁଣ ଗୁଣି ତୁମ ନାମ ଧରି

   ସରିଯାଉ ମୋର ଦିନ।


Rate this content
Log in

Similar oriya poem from Abstract