Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଚିନ୍ତନ ଶକ୍ତି

ଚିନ୍ତନ ଶକ୍ତି

1 min
273



ବାଳୁତ ପିଲାର ସରଳ ମନଟି

ହୃଦୟ ତାହାର କୋମଳ ଥାଏ,

ଯାହା ସେ ଦେଖଇ ତାହାସେ କହଇ

ବୁଝେନା ସଂସାର ଛନ୍ଦକୁ ସିଏ l


ପରିପକ୍ୱ ଯେଣୁ ମନ ନୁହେଁ ତାର

ଭରସି ଯାଏ ସେ ସବୁ କଥାରେ,

ସହଜରେ ତାକୁ ଠକାଇ ଦିଅନ୍ତି

ଦୁଷ୍ଟ ଲୋକ ମାନେ ଏ ସମାଜରେ l


ବୟସ ବଢିଲେ ପରିପକ୍ୱ ହୁଏ

ବିଚାର ଚିନ୍ତନ ସବୁ ଦିଗରେ,

ବୁଦ୍ଧିକୁ ଖଟାଇ ବିଚାର କରନ୍ତି

କି ଭାବ ରହିଛି କେଉଁ ତତ୍ତ୍ୱରେ l


ପରିପକ୍ୱ ଯାର ଚିନ୍ତନ ରହିବ

ଗୁଣୀ ଜ୍ଞାନୀ ପରା ବୋଲାନ୍ତି ସିଏ,

ଭଲ ଭାବେ ବୁଝି କାର୍ଯ୍ୟ କୁ କରିଲେ

ସୁ ଫଳରପ୍ରାପ୍ତି ସହଜ ହୁଏ l


ପରିପକ୍ୱ ଫଳ ସ୍ୱାଦ ଲାଗିଥାଏ

କଞ୍ଚା ଫଳରେ କି ଥାଏ ସୁଆଦ,

ଯେତେ ଯତ୍ନ କରି ରଖନା ତାହାକୁ

ଜଣା ପଡ଼ିଯାଏ ତା ଭଲ ମନ୍ଦ l


ଶିକ୍ଷା ଦୀକ୍ଷା ଆଉକର୍ମ ଅନୁଭବ

ପରିପକ୍ୱ ଆଣେ ଜୀବନେ ଆମ,

ସେସବୁ ନଥିଲେ ସମାଜରେ କେବେ

ହୋଇପାରେ ନାହିଁ କାର ସୁନାମ l


ପରିପକ୍ୱ ଚିନ୍ତା ଗଠନ ମୂଳକ

ସମାଜକୁ ଦିଏ ଦିଗଦର୍ଶନ,

କାଳ କାଳଧରି ସ୍ମାରକୀ ସାଜଇ

ଗୀତା ରେ ଯେପରି କୃଷ୍ଣ ଅର୍ଜୁନ ।


Rate this content
Log in

Similar oriya poem from Inspirational