STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ଚିନ୍ତ ଚିନ୍ତାମଣି ଙ୍କି'

ଚିନ୍ତ ଚିନ୍ତାମଣି ଙ୍କି'

1 min
13.4K


ନାହିଁ ନଥିବା ଦୁଃଖ ସବୁ ପୁଞ୍ଜିଭୂତ-

ହୋଇ, ଦେଖ ଆହା କେତେ ଆବିଳ ପଙ୍କିଳ

ସୂର୍ଯ୍ୟ ରଶ୍ମି ଅଗ୍ନି ସମ ଜଳଇ ଜୀବନ

ଅମୃତ ହୀନ ସୁଧାଂଶୁ ଦିଶଇ ମଳିନ ।।

ପୁଣ୍ୟତୋୟା ନଦୀ ଆହା ଝରିଝରି ଯାଏ

ବକ୍ଷେ ତାର ରସ, ପୂର୍ଣ୍ଣ ଗରଳ ପରାୟେ

ଶୀରିହୀନ ଦିଶେ ପୁଣି ଏ ମାଟିର ଛବି

ସତେ କ'ଣ ହୋଇଗଲା ନିର୍ବିର୍ଯ୍ୟା ପୃଥିବୀ ।।

ଶୁଖ ନାହିଁ, ଶାନ୍ତି ନାହିଁ, ଆନନ୍ଦ ବି ନାହିଁ

ବିଶୃଙ୍ଖଳ,ଉତ୍ସୃଖଳ ଏ ଜୀବନ ନଈ

ସର୍ବେ ଅଙ୍କୁଶ ବିହିନ ମତ୍ତ ହସ୍ତୀ ପ୍ରାୟ

ନିଜ ଇଚ୍ଛା ରେ ମଣିଷ କରେ ଅଭିନୟ ।।

ପ୍ରତିଟି ପ୍ରଶ୍ଵାସେ ବହେ ଗରଳ ଅନିଳ

ଛଟପଟ ପ୍ରାଣୀମାନେ ଆହା କି ବିକଳ

ମାଓ ହିଂସା , ଉଗ୍ରବାଦ ସବୁଆଡେ ଦଙ୍ଗା

ଆଖିର ପଲକେ ଝରେ ରକ୍ତର ଗଙ୍ଗା ।।

ଦେବତା, ବ୍ରାହ୍ମଣ, ଗୁରୁ, ଗୁରୁଜନ ମାନ

ମଣିଷ ମନରେ ତାହା ହୋଇ ଯାଏ ଗୈାଣ

ଖଳ,ଦୁର୍ଜନ ହାତରେ ଶାସନ ଦାୟିତ୍ୱ

ଶାଗୁଣା, ଶୃଗାଳ ଏଠି ସାଜେ ଚିକିତ୍ସକ ।।

ଭୌଗୋଳିକ ରେଖା ଦେଖ ସଂକୁଚିତ ହୁଏ

ହୀନ ଆଉ ଅକର୍ମଣ୍ୟ ମଣିଷ ଗୁଡ଼ାଏ

କୁହ ବନ୍ଧୁ ‌କୁ଼ହ ସାଥି ବଞ୍ଚିବାର ରାହା

ଚିନ୍ତ‌ ଚିନ୍ତାମଣି ସେହି ହେବେ ସିନା ସାହା ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational