STORYMIRROR

Puspanjali Panda

Classics

3  

Puspanjali Panda

Classics

ଚିଲିକା

ଚିଲିକା

1 min
179

ଧୋବ ଫରଫର ବଗଲା ବଗୁଲୀ

ଆକାଶେ ଉଡ଼ି ଯାଆନ୍ତି

କଳା ମଚମଚ ପାଣି କାକତୁଆ

କେତେ ଯେ ବୁଡ଼ ମାରନ୍ତି।


ନୀଳ ଜଳତାର ନୀଳ ଆକାଶର

ପ୍ରତିଛବି ତୋଳୁଥାଏ 

ନବ ନୀଳ ଶୈବାଳର ଅପରୂପ

ନିତି ବଉଦକୁ ଚାହେଁ।


ସକାଳ ସୁରୁଜ ନାଲିଆ ମୁରୁଜ

ରଙ୍ଗ ଜଳରାଶି ପରେ

ହଳଦୀ ରଙ୍ଗର ଖରା ତୋରାତୋରା

ପଡି ଚିକ୍ ଚିକ୍ କରେ।


ଭାଲେରୀ ପାହାଡ ଛାଇରେ ଚିଲିକା

ସୁନ୍ଦରୀ ରୂପ ଚମକେ

ମାଆ କାଳିଜାଇ ସାହା ହୋଇଥାଏ

କରୁଣା ଭରିଛି ବୁକେ।


ରଙ୍ଗ ବେରଙ୍ଗର ପକ୍ଷୀ ଦଳଦଳ

ମୁହାଣରେ ସଭା କରି

ସ୍ୱର୍ଗ ସମାନ ରୂପ ଲାବଣ୍ୟରେ

ରମନ୍ତି ଚିଲିକା ପୁରି।


ଧନ୍ୟ ସେ ପ୍ରକୃତି ଦେଇଛି ଅଜାଡି

ଶୋଭାର ଭଣ୍ଡାର ଏତେ

ସୁନ୍ଦର ସୁଷମା ଆଭା ମନଲୋଭା

ଆନ ନାହିଁ କାହିଁ ସତେ।


Rate this content
Log in

Similar oriya poem from Classics