ଚିଲିକା ତୀରେ ସନ୍ଧ୍ୟା
ଚିଲିକା ତୀରେ ସନ୍ଧ୍ୟା
ନିର୍ଜନ ସେହି ସାନ୍ଧ୍ୟ ସମୟ
ନଥିଲା କାହାର ସ୍ୱର
ବାଷ୍ପୀୟ ସକଟେ ଯାତ୍ରା ଥିଲା
ପ୍ରିୟାଙ୍କ ସାଥିରେ ମୋର ।
ଅସ୍ତମିତ ଭାସ୍କର କିରଣ
ସୁନେଲି ରଙ୍ଗକୁ ଢାଳି
ବିଶ୍ୱବାସୀଠୁ ବିଦାୟ ବୋଧେ
ନେଉଥିଲେ ଆଖି ମଳି ।
କାକ ପିକ ଫେରୁଥିଲେ ନିଡେ଼
ଶାବକଙ୍କ ଖାଦ୍ୟ ନେଇ
ଗାଈଆଳର ମଧୁର ସୁର
ଯାଉଥିଲା କାନ ଛୁଇଁ ।
କୈବର୍ତ୍ତ କନ୍ୟା ନାବରେ ଆସି
ଆହୁଲା ଦେଇକି ମଠେ
ଆନନ୍ଦ ଚିତ୍ତେ କୂଳକୁ ଚାହିଁ
ବାନ୍ଧୁଥିଲା ନାବ ଘାଟେ ।
ତିମିର କୋପେ ଧୀବର ଭାଇ
ଜାଲକୁ ହାତରେ ନେଇ
ଲେଉଟି ଆସେ କୁଢ଼ିଆ ପାଶେ
ବିଶ୍ରାମ କରିବା ପାଇଁ ।
ଏକାଳେ ଦେଖ କେରାଣ୍ଡି ଦଳ
ଚିଙ୍ଗୁଡି ସାଥିରେ ମିଶି
ଲେଉଟି ଗଲା ମରଣ ବୋଲି
ହୁଅନ୍ତି ବହୁତ ଖୁସି ।
ବାଷ୍ପୀୟ ସକଟ ରୁଷ୍ଟ ହୋଇ
ତଡିତ ବେଗରେ ଚାଲି
ନିରବତା ମୋ ଭଗ୍ନ କରିଲା
ଅଟ୍ଟହାସ୍ୟ ଦେଇ ଖାଲି ।
