ଚିଲିକା-ଚିଲିକା
ଚିଲିକା-ଚିଲିକା
ମୁଗ୍ଧ ମନ ମୋର ଦେଖି ରୂପ ତୁମ ସୁନ୍ଦରତାର ତୁମେ ପ୍ରତିଶବ୍ଦ
ନୀଳ ଜଳରାଶି ହସେ ଦିବାନିଶି ବାଆ ବହୁଥାଏ ଏଠି ମନ୍ଦମନ୍ଦ ।
ମାଟି ଓ ଗଗନ ହୋଇ ଯେ ମିଳନ ବର୍ତ୍ତାଳାପ ଦେଖ ଗୋପନ
ବିବିଧ ରଙ୍ଗର ବିହଙ୍ଗମ ମନ ବିଭୋର ହୁଅନ୍ତି ଦେଖନ୍ତି ସପନ ।
ବିଶ୍ୱସୁନ୍ଦରୀ ଗୋ ଜଗତ ପ୍ରେମିକା ତୁମକୁ ନ ଲେଖି କବି ହୁଏ ଫିକା
ସାହିତ୍ୟ ର ତୁମେ ଅପୂର୍ବ ଉତ୍ସାହ ତୁମେ ହିଁ ପ୍ରତିଟି କବିର ନାୟିକା ।
ଉତ୍କଳ ର କରି ଶୋଭା ଯେ ମଣ୍ଡନ କୃତ୍ରିମତାର ନାହିଁ ପ୍ରୟୋଜନ
ରୂପବତୀ ଗୋ ପ୍ରୀତିର ଭଣ୍ଡାର ଅସୀମ ପ୍ରେମେ ତୁମେ ଯେ ପୂର୍ଣ୍ଣ ।
ଅଳପ ଜ୍ଞାନ ରେ ବାଲିର ଉଦ୍ୟମ ଦୁଇଧାଡି ଲେଖି କରେ ସମାପନ
ମା' କାଳିଯାଇ ଦେ ଲୋ ଆଶୀଷ ଅପେକ୍ଷା କରଛିି ଲେଖନୀର ମୁନ।