STORYMIRROR

Chinmaya Kumar Nayak

Abstract Tragedy

4  

Chinmaya Kumar Nayak

Abstract Tragedy

ଚିହ୍ନା-ଅଚିହ୍ନା

ଚିହ୍ନା-ଅଚିହ୍ନା

1 min
237


ମୁଖ ଲୁଚିଯାଏ ପରଦା ପଛରେ

ମଣିଷ ହୁଏନା ଚିହ୍ନି। 

ଜହ୍ନ ସତେ ଲୁଚେ ମେଘ ଆଢୁଆଳେ, 

ରାତି ହୁଏ ଅଭିମାନୀ।। 


ଚେହେରା ବି ଆଉ ବଖାଣି ପାରେନା, 

ମନ ତଳ କଥା ବ୍ୟଥା। 

ଘନ କୁଜ୍ଜଟିକା ହରି ନିଏ ଯେହ୍ନେ, 

ପଥ ଧାର ମସୃଣତା।।


ହସ ହଜିଯାଏ ସମୟ ବନ୍ଧନେ, 

ଭାବନା ଅନ୍ତରେ ଭ୍ରମେ। 

ଭାନୁ କି ଭ୍ରମିତ ନିଷିଥ ଦଂଶନେ, 

ଅନ୍ଧାର ଅନ୍ଧାରେ ଭ୍ରମେ।। 


ଅବ୍ୟକ୍ତ ଭାବନା ଅପସରି ଯାଏ, 

ପରଦା ପଛରେ ଲୁଚି। 

ମୌସୁମୀ କି ସତେ ଅଧାବାଟୁ ଫେରେ, 

ଭାନୁ ସାଥେ କିଛି ପାଞ୍ଚି।।


ସହଜେ ମଣିଷ ଛଳନା ମୁଖାରେ, 

ପ୍ରଚ୍ଛନ୍ନେ ଥିଲା ଚେହେରା। 

ସମୟ ଆଣିଲା ଆଉ ଏକ ମୁଖା, 

ହଜିଲା ଚିହ୍ନିବା ଧାରା।। 


ଚିହ୍ନା ମଣିଷ ତ ବହିଯାଏ ଆଜି, 

ସ୍ୱାର୍ଥ ଓ ଅର୍ଥ ନିଶାରେ। 

ବହିଯାଏ ଯେହ୍ନେ ଅଗଭୀର ବୃକ୍ଷ, 

ଖରସ୍ରୋତା ନଦୀ ଧାରେ।।


ଜୀବନ ପଢାଏ ବନ୍ଦୀର ସମାସ, 

ସମୟର ବିଦ୍ୟାଳୟେ। 

ଅଚିହ୍ନା ମଣିଷ ଚିହ୍ନା ହୋଇଯାଏ, 

ସଙ୍କଟର ମହା ଭୟେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract